ନୂଆଦିଲ୍ଲୀ: ଦେଶରେ ବାୟୁ ପ୍ରଦୂଷଣ ଏବେ ଜୀବନହାନୀର କାରକ ହୋଇଛି । ସେଣ୍ଟର ଫର୍ ସାଇନ୍ସ ଏନଭାଇରମେଣ୍ଟ ଡାଟା ଅନୁସାରେ, ବିଷାକ୍ତ ପରିବେଶ ଯୋଗୁଁ ୨୦୨୦ରେ ଦେଶର ଲୋକଙ୍କ ହାରାହାରି ବୟସ ପ୍ରାୟ ୪ ବର୍ଷ ୧୧ ମାସ କମ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତ କିଛି ବର୍ଷ ଧରି ବାୟୁରେ ବିଷାକ୍ତ କଣିକା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଫଳରେ ଜୀବନ ଦେଉଥିବା ବାୟୁ ଏବେ ମୃତ୍ୟୁର କାରଣ ପାଲଟିବାରେ ଲାଗିଛି ।
ସିଏସଇ ରିପୋର୍ଟରେ କୁହାଯାଇଛି ଯେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ଉପରେ ସବୁଠୁ ଅଧିକ ଖରାପ ପ୍ରଭାବ ପଡିଛି । ଏଠାରେ ଲୋକଙ୍କ ହାରାହାରି ବୟସ ୫ ବର୍ଷ ୨ ମାସ କମିଛି । ସହରରେ ବାସ କରୁଥିବା ଲୋକଙ୍କ ହାରାହାରି ବୟସ ୯ ମାସ ଅଧିକ ରହିଛି ।
{"id":798577,"sizeSlug":"full","linkDestination":"none"}ସିଏସଇର ରିପୋର୍ଟ ଚାରି ମାନଦଣ୍ଡ ଜରିଆରେ ଧାର୍ଯ୍ୟ କରାଯାଇଛି । ପରିବେଶ, କୃଷି, ସ୍ୱାସ୍ଥ୍ୟ ଏବଂ ମୂଳ ଭିତ୍ତିଭୂମିକୁ ଏଥିରେ ସାମିଲ କରାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ ୩୬୫ ଦିନରୁ ୩୧୪ ଦିନ ପାଗ ଖରାପ ରହିଥିଲା । ଏହି ସମୟରେ ପ୍ରାୟ ୩,୦୨୬ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୧.୯ ହେକ୍ଟର ଫସଲ ନଷ୍ଟ ହୋଇଛି । ୨୦୨୨ରେ ପ୍ରଥମ ଭାଗରେ ଲୁ ସାଧାରଣ କଥା ଥିଲା । ଅନ୍ୟପଟେ, ୨୦୨୩ରେ କୁଆପଥର ମାଡ ସାଧାରଣ ହୋଇଛି ।
ପ୍ଲାଷ୍ଟିକର ବ୍ୟବହାର ଯୋଗୁଁ ପରିବେଶ ଅଧିକ ବିଷାକ୍ତ ହୋଇଯାଇଛି । ସିଏସଇର ରିପୋର୍ଟ ଅନୁସାରେ ୨୦୨୨ ଜୁଲାଇରେ ଭାରତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଉପରେ ରୋକ ଲଗା ଯାଇଥିଲା । କିନ୍ତୁ ଅନେକ ସ୍ଥାନରେ ଏବେ ବି ପ୍ଲାଷ୍ଟିକ୍ ବ୍ୟବାହାର ଖୁଲମଖୁଲା ହେଉଛି । ଯାହାର ସିଧା ପ୍ରଭାବ ଭାରତୀୟଙ୍କ ଜୀବନ ଉପରେ ପଡ଼ୁଛି ।
READ ALSO: ତୁମ୍ ମେରେ ଦିଲ୍ କେ ପାସ୍ ହୋ…, ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଟ୍ରାକ୍ରୁ ମିଳିଲା ଲଭ ଲେଟର