କଟକ ୧୩।୩: ଆଜି ପାଳିତ ହୋଇଛି ବିଶ୍ୱ କିଡନୀ ଦିବସ । ୨୦୦୬ ମସିହାରୁ ସାରା ବିଶ୍ୱରେ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ଏହି ଦିବସ ରୂପରେ ପାଳନ କରାଯାଇ ଆସୁଛି । ବର୍ତ୍ତମାନ ବିଶ୍ୱରେ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୃକକଜନିତ ରୋଗ ବା କିଡନୀ ରୋଗ ।
କଟକ ଏସସିବି ବଡ ମେଡିକାଲ ନେଫ୍ରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ଏସସିବି ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା, ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ ଏସସିବି ଅଧ୍ୟକ୍ଷ ପ୍ରମୁଖ ଏହି ଅବସରରେ ଯୋଗ ଦେଇଥିଲେ ।
ଗୁରୁବାର ସକାଳୁ ଏସସିବିର ସମସ୍ତ ବିଦ୍ୟାର୍ଥୀ ଓ କର୍ମଚାରୀ ହାତରେ ଫ୍ଲା-କାର୍ଡ ଧରି ଏହି ରୋଗ ନେଇ ରାଲି ଜରିଆରେ ସଚେତନ କରାଇଥିଲେ । ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରହିବା ସହ ସମସ୍ତେ ଏହା ଉପରେ ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ଏସସିବି ନେଫ୍ରୋଲୋଜି ମୁଖ୍ୟ ।
You Can Read:
ବୁର୍ଲା ପାଓ୍ବାର ଚ୍ୟାନେଲରେ ବୁଡ଼ିଗଲେ ଭିସୁଟ୍ ଛାତ୍ର, ଉଦ୍ଧାର ହେଲା ମୃତଦେହ