ବେଜିଂ ୩୦।୬: ଭାରତ ଅଧ୍ୟକ୍ଷତାରେ ଆଗାମୀ ସପ୍ତାହରେ ହେବାକୁ ଯାଉଥିବା ସାଂଘାଇ କୋ-ଅପରେସନ ଅର୍ଗାନାଇଜେସନ (ଏସସିଓ) ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବେ। ତେବେ ବୈଠକରେ ସି ଭର୍ଚୁଆଲୀ ସଂଯୁକ୍ତ ହେବେ। ଚୀନ୍ ଅଧିକାରୀକ ଭାବେ ଏହି ଘୋଷଣା କରିଛି। ଏ ନେଇ ଚୀନ ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣରେ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭିଡିଓ କନଫରେନସିଂ ମାଧ୍ୟମରେ ଏସସିଓର ୨୩ତମ ପରିଷଦ ପ୍ରମୁଖଙ୍କ ବୈଠକରେ ଯୋଗ ଦେବେ ବୋଲି କୁହାଯାଇଛି।
ମାଆ ହେବେ ଆଇଏଏସ୍ ଟିନା ଡାବି, ଛୁଟି ପାଇଁ ଲେଖିଲେ ଲେଟର
ଉଲ୍ଲେଖଯୋଗ୍ୟ ଯେ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଦୁଇ ଦେଶଙ୍କ ସମ୍ପର୍କରେ ଉତ୍ତେଜନା ଜାରି ରହିଛି। ଏଣୁ ଏହି ବୈଠକରେ ଚୀନ୍ ରାଷ୍ଟ୍ରପତି ସାମିଲ ହେବେ କି ନା ସେନେଇ ସଂଶୟ ଥିଲା। ତେବେ ଚୀନ୍ ସରକାର ଅଧିକାରୀକ ବୟାନ ଜାରି କରି ସି ଜିନପିଙ୍ଗ ବୈଠକରେ ଯୋଗ ଦେବେ ବୋଲି ପୁଷ୍ଟି କରିଛନ୍ତି। ଭାରତରେ ଏସସିଓ ବୈଠକ ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ। ସଂଘାଇ କୋ ଅପରେସନ ଅର୍ଗାନାଇଜେସନ ଏକ ପ୍ରଭାବୀ ଆର୍ଥିକ ଓ ସୁରକ୍ଷା ସଙ୍ଗଠନ।
{"id":810635,"width":839,"height":629,"sizeSlug":"full","linkDestination":"none"}ଏସସିଓର ଆରମ୍ଭ ୨୦୦୧ ମସିହାରେ ଚୀନ୍ର ସାଂଘାଇରେ ହୋଇଥିଲା। ଋଷିଆ, ଚୀନ୍, କିର୍ଗିଜସ୍ତାନ, କାଜାଖସ୍ତାନ, ତାଜିକସ୍ତାନ ଓ ଉଜବେକିସ୍ତାନ ଏହାର ସଂସ୍ଥାପକ ସଦସ୍ୟ ଦେଶ। ୨୦୧୭ରେ ଭାରତ ଓ ପାକିସ୍ତାନକୁ ମଧ୍ୟ ଏହାର ସଦସ୍ୟ କରାଯାଇଥିଲା। ଚଳିତବର୍ଷ ଏସସିଓର ଅଧ୍ୟକ୍ଷତା ଦାୟିତ୍ୱ ଭାରତକୁ ମିଳିଛି। ପ୍ରଥମ ଥର ଭାରତ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେଉଛି। ଏହା ପୂର୍ବରୁ ମଙ୍ଗଳବାର ବେଜିଂସ୍ଥିତ ଏସସିଓ ସଚିବାଳୟରେ ନୂଆ ଦିଲ୍ଲୀ ହଲ୍ ଉଦଘାଟିତ ହୋଇଛି।
ତାପମାତ୍ରା ବୃଦ୍ଧି ସହ ଭାରତରେ ବଢୁଛି ଘରୋଇ ହିଂସା: ଅଧ୍ୟୟନ
ଏପର୍ଯ୍ୟନ୍ତ ଏସସିଓ ସଚିବାଳୟରେ ଏହାର ୬ ସଂସ୍ଥାପକ ଦେଶଙ୍କ କାର୍ଯ୍ୟାଳୟ ଥିଲା। ଏବେ ଏହି ସଚିବାଳୟରେ ଭାରତର କାର୍ଯ୍ୟାଳୟ ମଧ୍ୟ ଖୋଲିଛି। ଯେଉଁଥିରେ ଭାରତର ସାଂସ୍କୃତିକ ବୈଶିଷ୍ଟ୍ୟକୁ ପ୍ରଦର୍ଶିତ କରାଯାଉଛି। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ସଚିବାଳୟରେ ନୂଆଦିଲ୍ଲୀ ହଲର ଉଦଘାଟନ କରିଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ହେବେ ସାମିଲ୍:
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ମଧ୍ୟ ଭାରତ ଦ୍ବାରା ଆୟୋଜିତ ହେବାକୁ ଥିବା ଏସସିଓ-ସିଏଚଏସର ୨୩ତମ ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଭାଗ ନେବେ । ପାକ୍ ବିଦେଶ ମନ୍ତ୍ରାଳୟ କହିଛି ଏସସିଓର ବର୍ତ୍ତମାନ ଅଧ୍ୟକ୍ଷ ଭାବରେ ଭାରତର ପ୍ରଧାନମନ୍ତ୍ରୀ ଏସସିଓ-ସିଏଚଏସ ମିଟିଂରେ ଭାଗ ନେବା ପାଇଁ ପାକିସ୍ତାନର ପିଏମଙ୍କୁ ନିମନ୍ତ୍ରଣ ଦେଇଥିଲେ। ଆଉ ଏହି ନିମନ୍ତ୍ରଣ କ୍ରବେ ପାକିସ୍ତାନ ବୈଠକରେ ଯୋଗ ଦେଉଛି।
ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଆହୁରି କହିଛି ଯେ, ‘‘ ଏସସିଓ ବୈଠକରେ ଭାଗନେଉଥିବା ଦେଶର ନେତାମାନେ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ଏବଂ କ୍ଷେତ୍ରୀୟ ପ୍ରସଙ୍ଗରେ ବିଚାର-ବିମର୍ଶ କରିବେ ଏବଂ ସଦସ୍ୟ ଦେଶଙ୍କ ମଧ୍ୟରେ ସହଯୋଗର ଦିଗ ନିର୍ଣ୍ଣୟ କରିବେ।’’ ଆହୁରି ମଧ୍ୟ କୁହାଯାଇଛି ଯେ. ସିଏଚଏସରେ ପ୍ରଧାନମନ୍ତ୍ରୀଙ୍କ ଭାଗ ନେବା ଏହ ଦର୍ଶାଉଛି ଯେ ପାକିସ୍ତାନ କ୍ଷେତ୍ରୀୟ ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ମଞ୍ଚ ଭାରେ ଏସସିଓକୁ କେତେ ଗୁରୁତ୍ବ ଦେଉଛନ୍ତି।