ମୁମ୍ଵାଇ ୧୧।୦୨; ବିଟାଉନ୍ର ଏଭଳି ଜଣେ ଅଭିନେତ୍ରୀ। ଯାହାଙ୍କ ସ୍ୱପ୍ନ ଥିଲା IAS ହେବା। କିନ୍ତୁ ତାଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖାଥିଲା। ସ୍ଵପ୍ନ ତ ପୂରା ହୋଇପାରିଲା ନାହିଁ ,କିନ୍ତୁ ସାରା ବିଶ୍ୱରେ ବହୁତ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ଆଉ କେହି ନୁହେଁ ବରଂ ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ୟାମି ଗୌତମ। ନିଜ ଅଭିନୟରେ ସମସ୍ତଙ୍କୁ ପାଗଳ କରିଥିବା ୟାମୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଟିଭି ପରେ, ୟାମୀ ବଲିଉଡରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣିତ କରିଛନ୍ତି। ଇଣ୍ଡଷ୍ଟ୍ରିରେ କଠିନ ପରିଶ୍ରମ କରିବା ପରେ, ନିଜ ଦମରେ ସ୍ଥାନ ହାସଲ କରିଛନ୍ତି। ଅଭିନେତ୍ରୀ ୟାମି ଗୌତମ ଏବେ 'ଧୂମ୍ ଧାମ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ୟାମିଙ୍କ ଏହି ଫିଲ୍ମଟି ଫେବୃଆରୀ ୧୪, ୨୦୨୫ରେ OTT ପ୍ଲାଟଫର୍ମ Netflixରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର ରିଲିଜ୍ ହେବା ପରଠାରୁ ସେ ସୋସିଆଲ ମିଡିଆରେ ରାଜ୍ କରୁଛନ୍ତି।
ଏକ ପୁରୁଣା ସାକ୍ଷାତକାରରେ ୟାମୀ କହିଥିଲେ ଯେ ସେ ଆଇଏଏସ୍ ଅଧିକାରୀ ହେବାକୁ ଚାହାଁନ୍ତି। ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କ ଦମଦାର ଅଭିନୟ ବିଷୟରେ ସମସ୍ତେ ଜାଣନ୍ତି, କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ୟାମି ପଢ଼ିବା ଏବଂ ଲେଖିବାରେ ବହୁତ ପସନ୍ଦ କରୁଥିଲେ। ଏହି କାରଣରୁ ସେ ପାଠପଢ଼ାରେ ବହୁତ ଭଲ ଥିଲେ। ସେ ଜଣେ IAS ଅଧିକାରୀ ହେବାର ସ୍ୱପ୍ନ ଦେଖୁଥିଲେ କିନ୍ତୁ ଭାଗ୍ୟ ତାଙ୍କ ପାଇଁ ଅନ୍ୟ କିଛି ରଖିଥିଲା। ସେ ମଡେଲିଂରେ ପାଦ ଥାପିଥିଲେ । ପରେ ସେ ଟିଭି ଏବଂ ଏବେ ଫିଲ୍ମ ଜଗତରେ ବହୁତ ନେମ୍ ଫେମ୍ ହାସଲ କରିଥିଲେ । ବର୍ତ୍ତମାନ ସେ ଗୋଟିଏ ଫିଲ୍ମରେ କାମ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି।
ୟାମୀ ଗୌତମ ପଞ୍ଜାବୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୁକେଶ ଗୌତମଙ୍କ ଝିଅ। ଅଭିନେତ୍ରୀ 'ଚାନ୍ଦ କେ ପାର ଚଲୋ', 'ୟେ ପ୍ୟାର ନା ହୋଗା କମ' ଭଳି ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି। ସେ ୨୦୧୨ ମସିହାରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ 'ଭିକି ଡୋନର' ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ, ସେ 'ଆକ୍ସନ୍ ଜ୍ୟାକସନ୍', 'ବଦଲାପୁର', 'ସନମ୍ ରେ', ହ୍ରିତିକ୍ ରୋଶନଙ୍କ ସହ 'କାବିଲ୍', 'ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍', 'ବାଲା', 'ଥସ୍ଡେ', 'ଦସଭି' ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।
୨୦୨୩ ମସିହାରେ, ୟାମୀ ଗୌତମ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ସହ କମେଡି-ଡ୍ରାମା 'OMG 2'ରେ ଅଭିନୟ କରିଥିଲେ। ୟାମୀ ଗୌତମଙ୍କୁ ଶେଷ ଥର ପାଇଁ ୨୦୨୪ ମସିହାରେ ଆସିଥିବା ରାଜନୈତିକ ଆକ୍ସନ୍ ଥ୍ରୀଲର 'ଆର୍ଟିକିଲ୍ ୩୭୦'ରେ ଦେଖିବାକୁ ମିଳିଥିଲା।
ୟାମୀ "ଧୂମ୍ ଧାମ୍" ନାମକ ଏକ ବିବାହିତ ଦମ୍ପତିଙ୍କ କାହାଣୀରେ ପ୍ରତୀକ ଗାନ୍ଧୀଙ୍କ ବିପକ୍ଷରେ ନଜର ଆସିବେ। ଏହି ଫିଲ୍ମଟି ଭାଲେଣ୍ଟାଇନ୍ସ ଡେ'ର ନେଟଫ୍ଲିକ୍ସରେ ପ୍ରିମିୟର ହେବ। ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ୟାମୀ ଗୌତମ 'ଉରି' ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି। ସେମାନେ ୨୦୨୧ ମସିହାରେ ବିବାହ କରିଥିଲେ ଏବଂ ୨୦୨୪ ମସିହାରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ।