ଏ କେମିତିକା ଦର୍ଶକଙ୍କ ମନୋରଞ୍ଜନ? ଯାତ୍ରା ମଞ୍ଚରେ ବନ୍ୟପ୍ରାଣୀ ଆଇନର ଖୁଲମ ଖୁଲା ଉଲ୍ଲଘଂନ

Published By : Prameya-News7 Bureau | August 18, 2025 IST

ଅନୁଗୁଳ ୧୮/୦୮: କଥାରେ ଅଛି ଯାତ୍ରାରେ ସବୁ ଯାତ୍ରା । ଅଭିନୟ ଛଡା ଅନେକ କିଛି ଦେଖିବାକୁ ମିଳେ । ବେଳେ ବେଳେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ବି ମିଳେ । କେତେବେଳେ ଅଭିନୟ ଏମିତି ଜୀବନ୍ତ ହୋଇଉଠେ । ଦର୍ଶକଙ୍କ ଆଖିରେ ବି ଲୁହ ଆସିଯାଏ । କଳାକାର ଏଠି ତାଳି ଶୁଣେ ଲୋକଙ୍କ ଗାଳି ବି ଶୁଣେ । 

ସେ ଅଭିନେତା ହେଉ ବା ଭିଲିୟାନ । ମିଳେ ଦର୍ଶକଙ୍କ ବାହାବା । ସେଥିପାଇଁ ତ ଦର୍ଶକଙ୍କ ପ୍ରଥମ ପସନ୍ଦ ଯାତ୍ରା । ଏବେ କିନ୍ତୁ ଯାତ୍ରାର ସ୍ତର ବହୁ ଆଗକୁ ଚାଲିଗଲାଣି । ଖାସ୍ କରି ମନୋରଞ୍ଜର ମାଧ୍ୟମ ବଦଳିଗଲାଣି । କିଏ ଲୋକଙ୍କୁ ଆକୃଷ୍ଟ କରିବାକୁ ଜୀବଜନ୍ତୁଙ୍କ ସାହାର ନେଉଛି ତ ଆଉ କିଏ ଟେକ୍ନୋଲଜି । ଏହାରି ଭିତରେ ସାପ ଧରି ମଞ୍ଚରେ ଅଭିନୟ କରିଛନ୍ତି ଅଭିନେତା । 

ଯାତ୍ରା ପେଣ୍ଡାଲରେ ଜିଅନ୍ତା ସାପ ଧରି କରିଥିଲେ ସିନ୍ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ନତଡା ଗ୍ରାମ ପଡ଼ିଆରେ ପଡିଥିବା ଏକ ଯାତ୍ରା ମଞ୍ଚରେ । ଯାତ୍ରାମଞ୍ଚରେ ଜଣେ ମୁଖ୍ୟ କଳାକାର ନିଜ ହାତରେ ଏକ ଜୀଅନ୍ତା ସାପ ଧରି ଅଭିନୟ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ସାପଟି ବିଷଧର କି ନୁହଁ ତାହା ଜଣାପଡିନାହିଁ । 

ତେବେ ଏଠାରେ ପ୍ରଶ୍ନ ଉଠୁଛି ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଏହା କଣ ଏକ ମାତ୍ର ମାଧ୍ୟମ? କିନ୍ତୁ ସାପ ସହ ଏପରି ଅଭିନୟ ପରେ ଅନୁଗୁଳ ବନାଞ୍ଚଳ ଅଧିକାରୀ କି ପଦକ୍ଷେପ ନେଇଛନ୍ତି ତାକୁ ହିଁ ଅପେକ୍ଷା । ଲୋକେ କହୁଛନ୍ତି ବନ୍ୟପ୍ରାଣୀ ଆଇନର ଖୁଲମ ଖୁଲା ଉଲ୍ଲଘଂନ ବୋଲି କହୁଛନ୍ତି । 

also read..

ଯାତ୍ରା ମଞ୍ଚରେ ସାପ ସହ ଅଭିନୟ, ବନ ବିଭାଗ ଅଫିସରେ ହାଜର ହେଲେ ଅଭିନେତା ସାଇ

ସୂଚନା ଥାଉକି, ଏମିତି ଘଟଣା ନୁଆ ନୁହେଁ । ପୂର୍ବରୁ ବି ଘଟିସାରିଛି ଯାତ୍ରା ମଞ୍ଚରେ । ପୁଣି ସେଇ ସମାନ ଅଭିନେତା । ଯାତ୍ରା ମଞ୍ଚରେ ଅଜଗର ସାପ ବୁଲାଇଥିଲେ ସେ । ଘଟଣାକୁ ନେଇ ପ୍ରତିବାଦ ତେଜିବା ପରେ ବନ ବିଭାଗ ଅଫିସରେ ହାଜର ହୋଇଥିଲେ ଯାତ୍ରା ତୁଳସୀ ଗଣନାଟ୍ୟର ଅଭିନେତା ସାଇ । 

ଯାଜପୁର ଜିଲ୍ଲା ବଇରୀ ରେଞ୍ଜ ଅଫିସ୍‌ରେ ଅଭିନେତା ଜଣଙ୍କ ହାଜର ହୋଇଥିଲେ । ସାପ ରଖିବା ପାଇଁ ଆବଶ୍ୟକୀୟ କାଗଜପତ୍ର ଅଭିନେତା ବନ ବିଭାଗ ଅଫିସରେ ଦେଖାଇଥିଲେ । ଯାତ୍ରା ତୁଳସୀ ଗଣନାଟ୍ୟର ଏକ ନାଟକରେ ଅଭିନେତା ସାଇ ଯାତ୍ରା ମଞ୍ଚରେ ସାପକୁ ଧରି ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା ।

 ନାଟକରେ ଏକ ସିନ୍‌ରେ ଅଭିନେତା ସାଇ ହାତରେ ଅଜଗର ସାପକୁ ଧରି ମଞ୍ଚରେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ସାମ୍ନାକୁ ହୋଇଥିଲା । ପରେ ବନ ବିଭାଗ ଅଫିସରେ ରେଞ୍ଜର ଅଭିନେତା ସାଇଙ୍କୁ ପଚରାଉଚରା କରିବା ସହ ସମସ୍ତ କାଗଜପତ୍ର ଯାଞ୍ଚ ହୋଇଥିଲା । ଏବେ ପୁଣିଥରେ ଘଟଣାର ହୋଇଛି ପୁନରାବୃତ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.