ମୁହଁ ଖୋଲିଲେ ପାର୍ବତୀ ଗଣନାଟ୍ୟ ପରିଚାଳକ, କହିଲେ ଚୁପ୍ ଥିଲି ହେଲେ ଆଉ ନୁହେଁ

Published By : Prameya-News7 Bureau | April 21, 2025 IST

ଭଦ୍ରକ ୨୧/୦୪: ଯାତ୍ରା ମାଲିକ- ଅଭିନେତା ବାପି ପଣ୍ଡା ବିବାଦ ଥମିବାର ନାଁ ନେଉନି । ଦିନକୁ ଦିନ ବିବାଦ ଅଧିକ ତେଜିବାରେ ଲାଗିଛି । ସୋମବାର ଘଟଣା ନୂଆ ମୋଡ ନେଇଛି । ସେ କହିଛନ୍ତି ଆଜି ଠାରୁ ଆରମ୍ଭ ହେଲା ଶୀତଳ ଯୁଦ୍ଧ । ରାଜଧାନୀ ଓ ପାର୍ବତୀର ପରିଚାଳକ ଜଗତ ଜୀବନ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗଣମାଧ୍ୟମକୁ ଆସିବି ନାହିଁ । କିନ୍ତୁ ବାପି ପଣ୍ଡା ଓ ମୋ ଭିତରେ ଶୀତଳ ଯୁଦ୍ଧ ଚାଲିବ । ମୁଁ ସ୍ଵର୍ ନରମାଇଥିଲି କିନ୍ତୁ ବାପି ପଣ୍ଡା ନିଆଁ ଲଗାଇଲେ । ମୋ କ୍ୟାମ୍ପକୁ ଯାଇ ମୋ କର୍ମଚାରୀଙ୍କ ବିଷୟ ରେ ସୋସିଆଲ ମିଡ଼ିଆରେ ପକାଇଲେ । ଏବେ ମୁଁ ଆଉ ଛାଡିବି ନାହିଁ । କାରଣ ମୁଁ ଚୁପ୍ ରହିବାକୁ ଚାହିଁଥିଲି । ଆଉ ଚୁପ୍ ରହିବିନି । 


ସୂଚନା ଥାଉକି, ରବିବାର ବିବାଦ ବଢିବା ଦେଖି ୟୁଟର୍ଣ୍ଣ ନେଇଥିଲେ ରାଜଧାନୀ ଓ ପାର୍ବତୀ ଯାତ୍ରା ପାର୍ଟିର ପରିଚାଳକ ଜଗତ ଜୀବନ ପଣ୍ଡା । ସେ କହିଛନ୍ତି ଯେ, ରାଗ ରୁଷାରେ ସବୁ ହେଉଛି । କଳାକାରଙ୍କ ପାଇଁ ମଧ୍ୟ ଆମେ ଚିନ୍ତିତ ।  ବାପି ବାବୁଙ୍କୁ ଅନୁରୋଧ ଏବେ ପୁରୁଣା କଥା ଭୁଲିଯାଆନ୍ତୁ, ଆଉ ପୁରୁଣା ସ୍ଥିତିକୁ ଫେରୁଆସନ୍ତୁ । ସମସ୍ତେ ମିଳିମିଶି ପୁଣି ଥରେ କାମ କରିବା । ହେଲେ ଆଜି ପୁଣି ନିଜେ ନିଜ ଭର୍ସନ ଚେଞ୍ଜ କରିଛନ୍ତି । 

also read...

ମ୍ୟାନେଜରଙ୍କ ୟୁଟର୍ଣ୍ଣ : କହିଲେ ବାପି ବାବୁ ସବୁ ଭୁଲିଯାଆନ୍ତୁ, ମିଳିମିଶି ପୁଣି ଥରେ କାମ କରିବା...

କହିବାକୁ ଗଲେ କିଛି ଦିନ ତଳେ ଯାତ୍ରାରେ ଚାଲିଥିବା ବିବାଦ ସଂପର୍କରେ କଳାକାର ମହାଂସଘ ଉପଦେଷ୍ଟା ବାପି ପଣ୍ଡା କହିଥିଲେ ଯେ, ଯାତ୍ରା କାହାର ପୈତୃକ ସଂପତ୍ତି ନୁହେଁ ଯେ, କଳାକାରଙ୍କୁ ବ୍ୟାନ୍‌ କରିଦେବେ । କଳାକାର ଚାହିଁଲେ ଯାତ୍ରା ଅନୁଷ୍ଠାନ ବନ୍ଦ ହୋଇଯିବ। ବିନା କାରଣ ଦର୍ଶାଅ ନୋଟିସରେ କେମିତି ବ୍ୟାନ୍ କରିଦେଲେ । ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ବ୍ୟାନ୍ କଲେ କେମିତି। 

ଆଜିର ଦିନରେ କଳାକାର ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ । ଯାହା ପରେ ବାପି ପଣ୍ଡାଙ୍କୁ ଟାର୍ଗେଟ୍ କରିଥିଲେ ରାଜଧାନୀ ଓ ପାର୍ବତୀ ଗଣନାଟ୍ୟର ପରିଚାଳକ ଜଗତ ଜୀବନ ପଣ୍ଡା । ସେ କହିଥିଲେ ଯେ, ବାପି ପଣ୍ଡା ଭୁଲ୍ ମାଗ, ନହେଲେ ମୁହଁରେ ରଙ୍ଗ ମାରିବା ସ୍ବପ୍ନ ହୋଇଯିବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.