ନୂଆଦିଲ୍ଲୀ: ସାରା ଦୁନିଆରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ମୁଖ୍ୟାଳୟରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ପିଏମ ମୋଦୀଙ୍କ ସହ ଅନେକ କ୍ଷେତ୍ରର ଲୋକେ ଯୋଗ ଦେଇଛନ୍ତି । ଯୋଗ ଦିବସ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ରିଚର୍ଡ ଗିରେ ମଧ୍ୟ ପହଞ୍ଚିଛନ୍ତି ।
wp:html/wp:html#InternationalDayofYoga2023 | Prime Minister Narendra Modi leads the Yoga Day event at the United Nations Headquarters in New York. pic.twitter.com/gXdnypjfYK
— ANI (@ANI) June 21, 2023
ନ୍ୟୁୟର୍କରେ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 'ଏଠାରେ ସବୁ ଦେଶର ଲୋକ ଉପସ୍ଥିତ ଅଛନ୍ତି । ଆପଣଙ୍କ ଭିତରୁ ଅନେକ ବହୁ ଦୂରରୁ ଆସିଛନ୍ତି । କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତଙ୍କୁ ଧନ୍ୟବାଦ । ଯୋଗ ଭାରତରୁ ଆସିଥିବା ଏକ ମହାନ ପରମ୍ପରା ଅଟେ । ମୋତେ କୁହାଯାଇଛି ଯେ ଆଜି ଏଠାରେ ପ୍ରାୟ ସବୁ ରାଷ୍ଟ୍ରର ପ୍ରତିନିଧିତ୍ୱ ଅଛନ୍ତି । ଯୋଗର ଅର୍ଥ ଯୋଡିବା ଏଥିପାଇଁ ଆପଣ ସମସ୍ତେ ଏକସଙ୍ଗରେ ଆସିଛନ୍ତି ଏବଂ ଏହା ଯୋଗର ଦ୍ୱିତୀୟ ରୂପ ଅଟେ' । ପିଏମ କହିଛନ୍ତି-ଯୋଗର ଅର୍ଥ ୟୁନାଇଟେଡ୍ । ଯୋଗ କପିରାଇଟ୍-ରୟଲ୍ଟି ଏବଂ ପେଟେଣ୍ଟ ଫ୍ରି ଅଟେ । ଯୋଗ ଜୀବନ ବଞ୍ଚିବାର ଏକ ମାଧ୍ୟମ ଅଟେ ।
wp:html/wp:html#9thInternationalYogaDay | Yoga comes from India and it is a very old tradition. Yoga is free from copyrights, patents and free from royalty payments. Yoga is adaptable to your age, gender and fitness level. Yoga is portable and is truly universal: PM Modi, in New York pic.twitter.com/OqpYGX7cdA
— ANI (@ANI) June 21, 2023
ଲୋକଙ୍କୁ ସମ୍ୱୋଧିତ କରି ପିଏମ୍ କହିଛନ୍ତି, 'ଯୋଗ ଆପଣଙ୍କ ଆୟୁଷ ଏବଂ ଫିଟନେସର ସ୍ତରକୁ ଅନୁକୂଳ କରିଥାଏ । ଯୋଗ ପୋର୍ଟେବଲ ଅଟେ ଏବଂ ବାସ୍ତବରେ ସାର୍ବଭୌମିକ ଅଟେ' । ପ୍ରଧାନମନ୍ତ୍ରୀ କହିଛନ୍ତି, 'ଗତ ବର୍ଷ ୨୦୨୩କୁ ଅନ୍ତରାଷ୍ଟ୍ରୀୟ ମିଲେଟ୍ ବର୍ଷ ରୂପେ ପାଳନ ନେଇ ଭାରତର ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ସାରା ଦୁନିଆ ଏକସଙ୍ଗରେ ଆସିଥିଲା । ମିଲେଟ୍ ଏକ ସୁପରଫୁଡ୍ ଅଟେ । ଏହା ପୂରା ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିଥାଏ ଏବଂ ପରିବେଶ ପାଇଁ ଭଲ' ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଆମେ ଯୋଗ ଶକ୍ତିର ଉପଯୋଗକୁ କେବଳ ସୁସ୍ଥ, ଖୁସି ରହିବା ପାଇଁ ନୁହେଁ ବରଂ ନିଜକୁ ଏବଂ ପରସ୍ପର ପ୍ରତି ଦୟାଳୁ ହେବା ପାଇଁ ମଧ୍ୟ କରିବା ଦରକାର । ବନ୍ଧୁତା, ଏକ ଶାନ୍ତିପୂର୍ଣ୍ଣ ଦୁନିଆ ଏବଂ ଏକ ସ୍ୱଚ୍ଛ, ସବୁଜ ଏବଂ ସ୍ଥିର ଭବିଷ୍ୟତର ପୋଲ ପାଇଁ ଯୋଗ ଶକ୍ତିର ଉପଯୋଗ କରନ୍ତୁ '। ଏହାସହ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଲକ୍ଷ୍ୟକୁ ସାକାର କରିବା ପାଇଁ ହାତ ମିଶାଇବାକୁ ପ୍ରଧାନମନ୍ତ୍ରୀ ବିଶ୍ୱ ମଞ୍ଚରୁ ଆହ୍ୱାନ ଦେଇଛନ୍ତି ।
ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଯୋଗ ଭାରତରୁ ଆସିଛି । ସବୁ ପ୍ରଚୀନ ଭାରତୀୟ ପରମ୍ପାର ପରି ଏହା ମଧ୍ୟ ଜୀବନ୍ତ ଏବଂ ଗତିଶୀଳ ଅଟେ । ଯୋଗ ଜୀବନର ଏକ ମାଧ୍ୟମ ଅଟେ । ଏହା ବିଚାର ଏବଂ କାର୍ଯ୍ୟରେ ସାବଧାନ ଅବଲମ୍ୱନର ଏକ ମାଧ୍ୟମ ଅଟେ । ଏହା ସ୍ୱୟଂ ସହ, ଅନ୍ୟଙ୍କ ସହ ଏବଂ ପ୍ରକୃତି ସହ ସଦଭାବରେ ବଞ୍ଚିବାର ମାଧ୍ୟମ ଅଟେ'।
Also Read: ଯୋଗ ଦିବସରେ ବିଶ୍ଵ ରେକର୍ଡ କଲା ସୁରଟ, ଯୋଗ ଦେଲେ ଏକକାଳୀନ ୧.୫୩ ଲକ୍ଷ ଲୋକ