ଆପଣ ବି ଚାଦର ପଠାଇଥିଲେ; ଆଜମେର ଦରଘା ବିବାଦରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

Published By : Prameya-News7 Bureau | December 01, 2024 IST

livehindustan

ନୂଆଦିଲ୍ଲୀ: ଆଜମେର  ଶରିଫ ଦରଘାକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଓ କୂଟନୈତିଜ୍ଞଙ୍କ ଏକ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଏହି ସମୂହ ପ୍ରଧାନମନ୍ତ୍ରୀଙ୍କୁ ‘ବେଆଇନ ଓ ହାନୀକାରକ’ ଗତିବିଧି ଉପରେ ରୋକ୍ ଲଗାଇବା ପାଇଁ ଦଖଲ ଦେବାକୁ ଦାବି କରିଛନ୍ତି। ଏମିତି ଗତିବିଧି ଦେଶର ବିଚାରକୁ ଖିନ ଭିନ କରୁଛି।

ପୂର୍ବତନ ପ୍ରଶାସନିକ ଅଧିକାରୀ ଓ କୂଟନୈତିଜ୍ଞଙ୍କ ଏହି ସମୂହ ଦାବି କରିଛନ୍ତି ଯେ,କେବଳ ପ୍ରଧାନମନ୍ତ୍ରୀ ହିଁ ବେଆଇନ, ହାନୀକାରକ ଗତିବିଧିଙ୍କୁ ରୋକି ପାରିବେ। ଏହି ସମୂହ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି ଯେ, ଆପଣ ନିଜେ ଦ୍ଵାଦଶ ଶତାବ୍ଦୀର ସନ୍ଥ ଖ୍ଵାଜା ମୋଇନୁଦ୍ଦୀନ ଚିସ୍ତିଙ୍କ ବାର୍ଷିକ ଉର୍ସ ଉପଲକ୍ଷେ ଶାନ୍ତି ଓ ସଦ୍ଭାବ ସନ୍ଦେଶକୁ ସମ୍ମାନ ଦେଇ ଚାଦର ପଠାଇଥିଲେ।

ଏହି ସମୂହରେ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନବୀବ ଜଙ୍ଗ, ବ୍ରିଟେନରେ ଭାରତର ପୂର୍ବତନ ଉଚ୍ଚାୟୋଗ ଶିବ ମୁଖାର୍ଜୀ, ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଏସଓ୍ଵାଇ କୁରେସି, ସେନାର ପୂର୍ବତନ ଉପ ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ଜମିରୁଦ୍ଦୀନ ଶାହ ଓ ଆରବିଆଇର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ରବି ବୀରା ଗୁପ୍ତା ସାମିଲ। 

Also read: ଡିସେମ୍ବର ୬ରେ ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ, ୯ ମାସରୁ ଶମ୍ଭୁ ବର୍ଡରରେ ଦେଉଛନ୍ତି ଧାରଣା

ପୂର୍ବତନ ପ୍ରଶାସନିକ ଅଧିକାରୀ ଓ କୂଟନୈତିଜ୍ଞଙ୍କ ଏହି ସମୂହ ପ୍ରଧାନମନ୍ତ୍ରୀଙ୍କୁ ନଭେମ୍ବର ୨୯ରେ ଚିଠି ଲେଖିଥିଲେ। ଏଥିରେ ଲେଖା ହୋଇଛି ଯେ, କିଛି ଅଜଣା ଗ୍ରୁପ ହିନ୍ଦୁଙ୍କ ପ୍ରତିନିଧିତ୍ଵ କରୁଥିବା ଦାବି କରୁଛନ୍ତି। ଏହି ଲୋକେ ଏହା ସାବ୍ୟସ୍ତ କରିବା ପାଇଁ ମଧ୍ୟଯୁଗୀୟ ମସଜିଦ ଓ ଦରଘାର ସର୍ବେକ୍ଷେଣର ଦାବି କରୁଛନ୍ତି ଯେ, ଏହି ସ୍ଥାନରେ ପୂର୍ବେ ମନ୍ଦିର ଥିଲା। 

ଗ୍ରୁପ କହିଛି ଯେ, ପୂଜାସ୍ଥଳ ଅଧିନିୟମର ସ୍ପଷ୍ଟ ପ୍ରାବଧାନ ସତ୍ତ୍ଵେ ଅଦାଲତ ଏମିତି ଦାବି ଉପରେ ଅନୁଚିତ ତତ୍ପରତା ଦେଖାଇ ତରବରିଆ ଭାବେ ଶୁଣାଣି କରୁଛନ୍ତି। ଦ୍ଵାଦଶ ଶତାବ୍ଦୀର ସନ୍ଥ ଖ୍ଵାଜା ମୋଇନୁଦ୍ଦୀନ ଚିସ୍ତିଙ୍କ ଦରଘାର ସର୍ବେକ୍ଷେଣ ଆଦେଶ ଦେବା ଅକଳ୍ପନୀୟ ଲାଗୁଛି। ପତ୍ରରେ କୁହାଯାଇଛି ଯେ, ଏହି ଦରଘା ଏସିଆର କେବଳ ମୁସଲମାନଙ୍କ ପାଇଁ ନୁହେଁ ବରଂ ସମସ୍ତ ଭାରତୀୟଙ୍କ ପାଇଁ ସବୁଠୁ ପବିତ୍ର ସୁଫି ସ୍ଥଳ ମଧ୍ୟରୁ ଏକ, ଯାହାକୁ ନେଇ ଆମ ସମନ୍ଵୟବାଦୀ ଓ ବହୁଳବାଦୀ ପରମ୍ପରା ଉପରେ ଗର୍ବ ଅନୁଭବ କରୁ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.