ଭଞ୍ଜନଗର ୨୭।୪: ଭଞ୍ଜନଗର ତାରାସିଂ ଥାନା ଅନ୍ତର୍ଗତ ବ୍ରହ୍ମଣପଦର ଗାଁରେ ପାରିବାରିକ କଳହରୁ ହତ୍ୟା । ବଡ ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ । ମୃତକ ବଳରାମ ଗୌଡ଼ଙ୍କ ମୃତଦେହ ଘରେ ପଡିଛି l ପୋଲିସ ପହଞ୍ଚି ତଦନ୍ତ କରୁଛି ।
କିଛି ଦିନ ଧରି ଦୁହିଁଙ୍କ ମଧ୍ୟରେ ଲାଗିଥିଲା ବିବାଦ । ଗତ ରାତିରେ ବଳରାମ ବାହାରକୁ ଏକ କାମରେ ଆସିଥିବା ବେଳେ ବଡ଼ ଭାଇ ଶଙ୍କର ଓ ତାଙ୍କ ପୁଅ ମିଶି ବଳରାମକୁ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି l ଘଟଣାସ୍ଥଳରେ ତାରାସିଂ ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି l
You Can Read: