ବିଚ୍ ରାସ୍ତାରେ ଅଘଟଣ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଯୁବକ

Published By : Prameya-News7 Bureau | August 23, 2025 IST

BREAKING NEWS

ଜଟଣୀ ୨୩।୦୮ : ମହଙ୍ଗା ପଡିଲା ପରକୀୟା ପ୍ରୀତି । ବିଚ୍‌ ରାସ୍ତାରେ ସ୍ତ୍ରୀର ପ୍ରେମିକାକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । 

ମିଳିଥିବା ସୂଚନା ଅନୁସାରେ, ପୂର୍ବଶତ୍ରୁତା ଓ ପରକୀୟା ପ୍ରୀତିକୁ କେନ୍ଦ୍ର ଆକ୍ରମଣ ହୋଇଛି । ଜଟଣୀ ପୋଷ୍ଟ ଅଫିସର ନିକଟରେ ଏହି ଘଟଣା ଘଟିଛି । ଯେଉଁଥିରେ ଯୁବକ ଚନ୍ଦନ ନାୟକ ଗୁରୁତର ହୋଇଛନ୍ତି । ଆକ୍ରମଣରେ ଚନ୍ଦନ ନାଏକଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି । ଚନ୍ଦନଙ୍କୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ସୁଶାନ୍ତ ନାୟକଙ୍କୁ ଗିରଫ କରିବା ସହ ଅପରାଧରେ ବ୍ୟବହୃତ ଅସ୍ତ୍ର ଜବତ କରିଛି ଜଟଣୀ ଥାନା ପୋଲିସ । ଅଭିଯୁକ୍ତ ଯୁବକଙ୍କ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ନୂଆଗାଁର ରଙ୍ଗାମାଟିଆର ବୋଲି ସୂଚନା ମିଳିଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.