ପ୍ରେମିକାର ନାରକୀୟ କାଣ୍ଡ, ଅନ୍ୟ ଯୁବକ ସହ ମିଶି କାଟିଦେଲା ପ୍ରେମିକର ବେକ...

Published By : Prameya-News7 Bureau | July 23, 2025 IST

କେନ୍ଦ୍ରାପଡ଼ା ୨୩।୦୭ : ପ୍ରେମିକାର ନାରକୀୟ କାଣ୍ଡ । ବିଚ୍‌ ରାସ୍ତାରେ କାଟିଦେଲା ପ୍ରେମିକର ଗଳା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିଲା ପ୍ରେମିକ । ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । କେନ୍ଦ୍ରାପଡ଼ା ସଦର ଥାନା ଛଘରିଆ ଅଞ୍ଚଳରୁ ଆସିଛି ଏମିତି ଅଭାବନୀୟ ଘଟଣା । ପୋଲିସ ଘଟଣାରେ ଆରମ୍ଭ କରିଛି ଛାନ୍‌ଭିନ୍ ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ସତ୍ୟଜିତଙ୍କୁ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ସାଙ୍ଗରେ ନେଇ ଆସିଥିଲେ । କେହି କିଛି ଭାବିବା ପୂର୍ବରୁ ସାଙ୍ଗରେ ଥିବା ଯୁବତୀ ଜଣକ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହଯୋଗରେ ତାଙ୍କ ଗଳା କାଟି ଦେଇଥିଲେ । ପରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାଜପଥ ହଜାରି ଛକ ପାଖ ରାସ୍ତାରେ ସତ୍ୟଜିତଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଗଳା କାଟିଥିବା ଯୁବତୀ ସତ୍ୟଜିତଙ୍କ ପ୍ରେମିକା ବୋଲି ପୋଲିସ ସନ୍ଦେହ କରୁଛି । ଏକ ଧାରୁଆ ଅସ୍ତ୍ରରେ ସତ୍ୟଜିତଙ୍କ ବେକ କଟାଯାଇଛି । ରାସ୍ତାରେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକ ମାର୍ଶାଘାଇ ପୋଲିସକୁ ଖବର ଦେଇଥିଲେ । ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । 

ତେବେ ପ୍ରେମିକା କାହିଁକି ତାଙ୍କ ଗଳା କାଟିଲା ? ଏଥିରେ ଆଉ କାହାର ସଂପୃକ୍ତି ରହିଛି ? ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାରେ ଛାନ୍‌ଭିନ୍ ଜାରି ରଖିଛି । ପୋଲିସ ସମସ୍ତ ଦିଗରୁ ତଦନ୍ତ କରୁଥିବା ଆଇଆଇସି କହିଛନ୍ତି । 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.