ଭୁବନେଶ୍ବର ୧୭।୫: ବିବାଦ ଘେରରେ ୟୁଟ୍ୟୁବର ତଥା ଟ୍ରାଭେଲ ବ୍ଲଗର ଲବ ହାଁସଦା । ପ୍ରେମିକାଙ୍କ ଆତ୍ମହତ୍ୟା ଅଭିଯୋଗ ପରେ ଫସିଛନ୍ତି ୟୁଟ୍ୟୁବର ଲବ । ଆତ୍ମହତ୍ୟା ପାଇଁ ଲବଙ୍କୁ ଦାୟୀ କଲେ ପ୍ରେମିକାଙ୍କ ପରିବାର । ଲବ ହାଁସଦାଙ୍କ ବିରୋଧରେ ବେଙ୍ଗାଲୁରୁରେ ଏତଲା ହୋଇଛି । ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଲବଙ୍କ ପତ୍ତା ମିଳୁନି ।
ଲବ ହାଁସଦା ବିବାହିତ ନା ଅବିବାହିତ ? ବିବାଦ ଭିତରେ ଉଠିଛି ଏଭଳି ପ୍ରଶ୍ନ । ଲବଙ୍କ ସମ୍ପର୍କୀୟ କହୁଛନ୍ତି ସେ ପୂର୍ବରୁ ବିବାହିତ । ତାଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ଅଛନ୍ତି । ଲବଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ସେଲେଇପୋଖରୀରେ । ସେଠାରେ ଥିବା ତାଙ୍କ ଦାଦା ପୁଅ ଭାଇ ଏବଂ ଭାଉଜ କହିଛନ୍ତି ଲବଙ୍କ ବିବାହ କଥା ସତ । ଲବ ହାଁସଦା ବିବାହିତ । ସେ ଠାକୁରମୁଣ୍ଡା ଥାନା ମନୋହରପୁର ଡାହୀକୁଶପଦା ଗ୍ରାମରେ ବିବାହ କରିଛନ୍ତି । ଆଉ ତାଙ୍କର ଗୋଟିଏ ଝିଅ ଅଛି । ଯାହାର ବୟସ ୭ ରୁ ୮ ବର୍ଷ ହେବ । ୫ ମାସ ପୂର୍ବରୁ ଲବ ହାଁସଦା ଡାଳି ପୂଜା ସମୟରେ ଗ୍ରାମକୁ ଆସିଥିଲେ । ସେ କେବଳ ଗୋଟିଏ ବିବାହ କରିଛନ୍ତି । ଏବେ ସପରିବାର ଭଦ୍ରକ ଅଞ୍ଚଳରେ ରହୁଛନ୍ତି । ଲବ ହାଁସଦାଙ୍କ ୩ ଭାଇ ଏବଂ ଦୁଇ ଭଉଣୀ ରହିଛନ୍ତି । ଯାହାକୁ ନେଇ ସ୍ପଷ୍ଟ କରିଛନ୍ତି ତାଙ୍କ ଭାଉଜ ଏବଂ ଭାଇ । ଅନ୍ୟପଟେ ଲବ ହାଁସଦା ଆଗରୁ ନିଜ ଶ୍ୱଶୁର ଘରକୁ ଯାଉଥିବା ବେଳେ ଏବେ ଆଉ ଶ୍ୱଶୁର ଘରକୁ ଯାଉ ନଥିବା କହିଛନ୍ତି ତାଙ୍କ ଭାଇ । ଲବଙ୍କ ଭଣଜାଙ୍କ କହିବା କଥା ତାଙ୍କ ମାମୁଁ ବିବାହିତ କି ନୁହେଁ ସେ ଜାଣି ନାହାନ୍ତି ।
ଅନ୍ୟପଟେ ଲବ ହାଁସଦାଙ୍କ ଭଦ୍ରକ ଚରମ୍ପା ଠାରେ ଥିବା ଘରେ ଏବେ କେହି ନାହାନ୍ତି । ବାପା ପୈତୃକ ଗାଁକୁ ଯାଇଛନ୍ତି । ଘରେ କେହି ନଥିବା ବେଳେ ତାଙ୍କ ବିବାହିତା ଭଉଣୀ ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି ଯେ, ମୋ ଭାଈ ସେମିତି ନୁହନ୍ତି । ଆମେ ଘଟଣା ବିଷୟରେ ଗଣମାଧ୍ୟମରୁ ଜାଣିଲୁ । ତେବେ ତଦନ୍ତ ସରିଲେ ସତ ସାମ୍ନାକୁ ଆସିବ । ଭାଇ ନିଜେ ଘଟଣା ବିଷୟରେ ଗଣମାଧ୍ୟମକୁ ନିଶ୍ଚିତ ଜଣାଇବେ । ତେବେ ଲବଙ୍କ ବିବାହ ବିଷୟରେ ସେ କିଛି ଜାଣିନଥିବା ସେ କହିଛନ୍ତି ।
You Can Read:
ଶୃଙ୍ଖଳିତ କରାଯିବ ସ୍ନାନଯାତ୍ରା ଓ ରଥଯାତ୍ରା, ଏଥର ଶୃଙ୍ଖଳିତ ପହଣ୍ଡି ନୀତି ଉପରେ ଜୋର