ମିଆଁମାର ପରି ଭୋଗିବ ଭାରତ! ଆଇଆଇଟି କାନପୁର ଦେଲା ଚମକାଇଦେବା ପରି ତଥ୍ୟ, ବୈଜ୍ଞାନିକ ଜାବେଦ ମଲିକଙ୍କ ସାଙ୍ଘାତିକ ଖୁଲାସା

Published By : Prameya-News7 Bureau | April 11, 2025 IST

ନୂଆଦିଲ୍ଲୀ11/04 : ମିଆଁମାର ପରି ଭାରତ ବି ଭୋଗିପାରେ ସମାନ ସ୍ଥିତି । ଭାଙ୍ଗିବ ବଡ଼ ବଡ଼ ଅଟ୍ଟାଳିକା, ମାଟିରେ ମିଶିବ ଅନେକ ଘର ।  ଚାଲିଯାଇପାରେ ଅନେକ ଜୀବନ । ଏମିତି କିଛି ଭବିଷ୍ୟବାଣୀ ଆଇଆଇଟି କାନପୁରର ଜଣେ ବୈଜ୍ଞାନିକ କରିଛନ୍ତି  । ଏଭଳି ଆକଳନକୁ ନେଇ ପୂରା ଦେଶରେ ଏବେ ଚର୍ଚ୍ଚା ଜୋର୍ । ସତରେ କ'ଣ ମିଆଁମାର ସ୍ଥିତି ଭୋଗିବ ଭାରତ ?

ଗତ ଶୁକ୍ରବାର ମିଆଁମାରରେ ୭.୭ ଏବଂ ୬.୪ ତୀବ୍ରତାରେ ଦୁଇଥର ଭୂମିକମ୍ପ ଝଟକା ଲାଗିଥିଲା । ଏଥିରେ ୩ ହଜାରରୁ ଅଧିକ ପ୍ରାଣ ହରାଇଥିବାବେଳେ ଶତାଧିକ ହୋଇଛନ୍ତି । ଏହାସହିତ ୩ଶହରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ଭୂକମ୍ପର ପ୍ରଭାବ ପଡୋଶୀ ଥାଇଲ୍ୟାଣ୍ଡରେ ମଧ୍ୟ ଅନୁଭୂତ ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ଆଇଆଇଟି କାନପୁରର ବୈଜ୍ଞାନିକ, ଭାରତରେ ଏଭଳି ସ୍ଥିତି ହେବା ବୋଲି ଚେତାବାନୀ ।

ଆଇଆଇଟି କାନପୁରର ଭୂ-ବିଜ୍ଞାନ ବିଭାଗର ପ୍ରଫେସର ଜାଭେଦ ମଲ୍ଲିକ କହିଛନ୍ତି, ମିଆଁମାର ଏବଂ ବ୍ୟାଙ୍କକରେ ଭୟଙ୍କର ଭୂକମ୍ପର ମୂଳ କାରଣ ହେଉଛି ସାଗିଂ ଫଲ୍ଟ । ସାଗିଂ ଫଲ୍ଟ ଖୁବ୍ ବିପଜ୍ଜନକ । ଏହାକୁ ଇଣ୍ଟରନେଟରେ ସହଜରେ ଦେଖିହୁଏ । ସେ ଆହୁରି ମଧ୍ୟ କହିଛନ୍ତି, 'ପଶ୍ଚିମବଙ୍ଗର ସିଲିଗୁରିରେ ଗଙ୍ଗା-ବେଙ୍ଗଲ ଫ୍ଲଟ୍ ରହିଥିବାବେଳେ ମିଆଁମାରରେ ସାଗାଇଙ୍ଗ ଫଲ୍ଟ ରହିଛି। ଏହି ଦୁଇଟି ଫ୍ଲଟ୍ ମଧ୍ୟରେ ଅନେକ ଛୋଟ ବଡ଼ ଫଲ୍ଟ ଲାଇନ୍ ବି ଅଛି । ଗୋଟିଏ ଫଲ୍ଟ  ସକ୍ରିୟ ହେବା ହେତୁ ଅନ୍ୟ ଏକ ଫଲ୍ଟ ମଧ୍ୟ ସକ୍ରିୟ ହୋଇପାରେ, ଯାହା ଭାରତରେ ଭୟଙ୍କର ଭୂକମ୍ପ ସୃଷ୍ଟି କରିବାକୁ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।


ସେ କହିଛନ୍ତି, 'ସାଗାଇଙ୍ଗ ଏକ ପୁରୁଣା ଫଲ୍ଟ । ଉତ୍ତର-ପୂର୍ବ ଶିଅର୍ ଜୋନ୍ ଛି ଆରାକାନ୍ ଠାରୁ ଆଣ୍ଡାମାନ ଏବଂ ସୁମାତ୍ରା ପର୍ଯ୍ୟନ୍ତ ସବଡକ୍ସସନ୍ ଜୋନର ଏକ ଅଂଶ ।  ଏପରିକି ସାରାଇଙ୍ଗ୍ ଫଲ୍ଟ ଭୂମି ଉପରୁ ଦୃଶ୍ୟମାନ ହୁଏ ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାପାନ ଏବଂ ୟୁରୋପୀୟ ବିଶେଷଜ୍ଞମାନେ ସାଗାଇଙ୍ଗ୍ ଉପରେ କାମ କରିଛନ୍ତି। ଅନେକ ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ ଏଠାରେ ପ୍ରତି ୧୫୦ ରୁ ୨୦୦ ବର୍ଷରେ ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଥାଏ 

ମିଆଁମାରରେ ଭୂ-କମ୍ପ ହେବା ପରେ ଜାପାନର ବିଶେଷଜ୍ଞ ଆକଳନ କରିଛନ୍ତି, ଶୀତ ଋତୁରେ ଦେଶରେ ମେଗା ଭୂକମ୍ପ ଆସିବାର ସମ୍ଭାବନା ରହିଛି । ମେଗାକ୍ବିକ୍ ଆସିଲେ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇପାରେ । ମୋଟ୍‌ ଉପରେ ଭାରତରେ ବି ଭୟଙ୍କର ଭୂ-କମ୍ପ ହେବା ନେଇ ଆଶଙ୍କା ଦେଖାଯିବା ପରେ ଏବେ ଚିନ୍ତା ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.