ସୁଟ୍‌କେଶରେ ପ୍ରେମିକାକୁ ଲୁଚେଇ ହଷ୍ଟେଲକୁ ନେଉଥିଲେ ପ୍ରେମିକ, ବାଟରେ ପଡିଗଲେ ଧରା...

Published By : Prameya-News7 Bureau | April 12, 2025 IST

ନୂଆଦିଲ୍ଲୀ ୧୨/୦୪: ପ୍ରେମ ମାନେନି ବନ୍ଧ ବାଡ । ଏମିତି ଜିନିଷ, ପଙ୍ଗୁ ବି ଗିରି ଲଙ୍ଘିଯାଏ । କେହି କେହି ସୀମା ସରହଦ ପାର୍ କରିବାକୁ ପଛାଏ ନାହିଁ । କିଛି ଚନ୍ଦ୍ର, ତାରା ଆଣିବା କଥା କୁହନ୍ତି, ଆଉ କେତେକ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଇ ନଥାନ୍ତି । ଜଣେ ଯୁବକ ବି ଏମିତି କାମ କରିବାକୁ ପଛାଇ ନାହାଁନ୍ତି । ହରିୟାଣା ସୋନିପତରୁ ନଜର ଆସିଛି ଏମିତି ଘଟଣା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦାବି କରାଯାଉଛି ଯେ ଏହା ସୋନିପତର ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟ କଲେଜ ହଷ୍ଟେଲର ।

କହିବାକୁ ଗଲେ ସମସ୍ତଙ୍କୁ ଜଣା, ପୁଅମାନଙ୍କ ହଷ୍ଟେଲରେ ଝିଅମାନଙ୍କୁ ପ୍ରବେଶ କରିବା କଡ଼ାକଡ଼ି ବାରଣ । କିନ୍ତୁ ଏଠାରେ ରହୁଥିବା ଜଣେ ପୁଅ ପ୍ରେମରେ ଏମିତି ଅନ୍ଧ ହୋଇଗଲେ କି   ତା ପ୍ରେମିକାକୁ ଏକ ସୁଟକେଶ୍‌ରେ ଲୁଚାଇ ହଷ୍ଟେଲ ଭିତରକୁ ନେଇ ଆସିଲେ । 

ସୂଚନାଥାଉକି, ପୁଅଟି ମିକାକୁ ଏକ ସୁଟକେସରେ ଲୁଚାଇ ଆଣୁଥିଲା । ଯିବା ସମୟରେ ହଠାତ୍ ଶୁଭିଥିଲା ଝିଅ ପିଲାର ଚିକ୍ତାର ଶବ୍ଧ । ଆଉ ଏହା ଶୁଣିବା ପରେ ସୁରକ୍ଷାକର୍ମୀଙ୍କ ସନ୍ଦେହ ପ୍ରକଟ କରିଥିଲେ । ସଂଗେ ସଂଗେ ସେମାନେ ତୁରନ୍ତ ସୁଟକେଶ ଯାଞ୍ଚ କରିଥିଲେ । ଯାଞ୍ଚ କରିବାକୁ ସବୁ ଗୁମର ଫିଟିଥିଲା । କାରଣ ସୁଟକେଶ୍ ଖୋଲିବା ବେଳେ ଲଗେଜ୍‌ରୁ ପ୍ୟାଣ୍ଟ ସାର୍ଟ  ବଦଳରେ ଗୋଟିଏ ଝିଅ ଥିଲା । ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ସ୍ତବ୍ଧ ହୋଇଗଲେ । ସେ ତୁରନ୍ତ ଝିଅଟିକୁ ସୁଟକେଶ୍‌ରୁ ବାହାର କରିଥିଲେ।


ଭାଇରାଲ ଭିଡିଓରେ ଦେଖାଯାଉଛି ଯେ କିଛି ମହିଳା ସୁରକ୍ଷା କର୍ମୀ ସୁଟକେସ୍ ଖୋଲୁଛନ୍ତି । ସେତିକିବେଳେ ସୁଟକେସ୍ ଭିତରେ ଝିଅଟିଏ ଅଛି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କାରଣ କେବଳ ଗୋଟିଏ ଝିଅ ବ୍ୟତୀତ ଆଉ କୌଣସି ଜିନିଷ ନଥିଲେ ସେହି ସୁଟ୍‌କେଶ୍‌ରେ । ଏଠାରେ କହିରଖୁ ଯେ, ଝିଅଟି ସମାନ କଲେଜରେ ପଢ଼େ ନା ବାହାରର ତାହା ସ୍ପଷ୍ଟ ନୁହେଁ। ମିଡିଆ ରିପୋର୍ଟ ଅନୁସାରେ, ଏହି ଭାଇରାଲ ଭିଡିଓଟି ସୋନିପତର ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟ ବାଳକ ହଷ୍ଟେଲର।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.