କଟକ ସୁନା ଲୁଟ୍‌ର ସାଂଘାତିକ ସତ, ୪୮ ଲକ୍ଷର ସୁନା ଲୁଟିଥିଲା ସେଲ୍ସ ମ୍ୟାନ୍‌

Published By : Prameya-News7 Bureau | March 10, 2025 IST

କଟକ ୧୦/୩: ଲୁଟ୍‌ କରିବାର ନୂଆ ଟ୍ରିକ୍‌ । ଯେଉଁ ସ୍ଥାନରେ କାମ କରୁଥିଲା ସେଠାରୁ ଲୁଟୁଥିଲା । ଲକ୍ଷେ କି ୨ ଲକ୍ଷ ନୁହେଁ ଏକାଥରକେ ୪୮ ଲକ୍ଷ ସୁନା । ଏମିତି ଜଣେ ସୁନା ଲୁଟେରାକୁ ବାନ୍ଧିଛି କଟକ ପୁରୀଘାଟ ଥାନା ପୋଲିସ । ଗିରଫ ଲୁଟେରା ଲାଲବାଗ ଅଞ୍ଚଳର ସତ୍ୟନାରାୟଣ  ସାହୁ । ସବୁଠାରୁ ଚକିତ କଲା ଭଳି କଥା ହେଉଛି ସତ୍ୟନାରାୟଣ କୌଣସି ପେଶାଦାର ଲୁଟେରା ନୁହେଁ । ସେ ଦୀର୍ଘବର୍ଷ ଧରି ନୟାସଡକରେ ଥିବା ସୂରଜ ଜୁଏଲାରୀରେ ସେଲ୍‌ସ ମ୍ୟାନ ଭାବରେ କାମ କରୁଥିଲା । 

ସତ୍ୟନାରାୟଣ ପ୍ରତିଦିନ ସୁଯୋଗ ଦେଖି ଦୋକାନରୁ ଅଳ୍ପ ଅଳ୍ପ ସୁନା ନିଜ ପକେଟରେ ପୁରାଉଥିଲା । ଯାହା ଦୋକାନ ମାଲିକ ସୁକୁମାର ବୋଇତାଳ ଜାଣିପାରିନଥିଲେ । ହେଲେ ଚୋର ଘର କଣ ସବୁଦିନ ଅନ୍ଧାର ଥାଏ । ସତ୍ୟନାରାୟଣର କାରସାଦି ବାବଦରେ ସୁକୁମାରଙ୍କୁ ସୁରାକ ମିଳିଯାଇଥିଲା ଯେତେବେଳେ ସେ ସିସିଟିଭି ଫୁଟେଜ ଚେକ୍ କରିଥିଲେ ।  ପ୍ରମାଣ ପାଇବା ପରେ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଘଟଣାର ଛାନଭିନ କରିବା ପରେ ସତ୍ୟନାରାୟଣ ଠାରୁ ୪୮ ଲକ୍ଷ ଟଙ୍କାର ସୁନା ଜବତ କରିଛି । ସତ୍ୟନାରାୟଣ ଅନେକ ଦିନରୁ ଏପରି ଚୋରି କରୁଥିବା ସ୍ବୀକାର କରିଛି । ପୋଲିସ ସୁନାକୁ ଜବତ କରିବା  ସହ ସତ୍ୟନାରାୟଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ପ୍ରେସ୍‌ମିଟ୍‌ରେ ସୁନା ଲୁ୍ଟ୍‌ର ସାଂଘାତିକ ସତ ବଖାଣିଛନ୍ତି କଟକ ଡିସିପି ରିଶିକେଶ ଦାନଦେଓ ଖିଲରୀ । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.