କର୍ଣ୍ଣାଟକରୁ ଉଦ୍ଧାର ହେଲେ ୧୨ ପ୍ରବାସୀ ଓଡ଼ିଆ, ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଭିଡ଼ିଓ ବାର୍ତ୍ତା

Published By : Prameya-News7 Bureau | May 02, 2025 IST

ଭୁବନେଶ୍ବର ୨।୫କର୍ଣ୍ଣାଟକର କୋଲର୍‌ରୁ ଉଦ୍ଧାର ହେଲେ ୧୨ ଜଣ ପ୍ରବାସୀ ଓଡ଼ିଆ । ଠିକାଦାର ମାନେ ପ୍ରଲୋଭନ ଦେଖାଇ ଦାଦନ କରିବାକୁ ନେଇଥିଲେ । ଠିକାଦାର ମାନଙ୍କ କବଳରୁ ମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭିଡ଼ିଓରେ ବାର୍ତ୍ତା ଦେବା ପରେ କର୍ଣ୍ଣାଟକ କୋଲର୍ ପହଞ୍ଚିଥିଲେ ବିଜେପି ପ୍ରବାସୀ ଓଡ଼ିଆ ଉଦ୍ଧାରକାରୀ ଟିମ୍ । ୧୨ ଜଣଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ଭାବେ କର୍ଣ୍ଣାଟକରୁ ଓଡ଼ିଶା ଭୁବନେଶ୍ଵରକୁ ସ୍ଵତନ୍ତ୍ର ବସ୍ ଯୋଗେ ଫେରାଇ ଆଣିଲେ ବିଜେପି ପ୍ରବାସୀ ଓଡ଼ିଆ ଉଦ୍ଧାର ଟିମ୍ । 

କେନ୍ଦୁଝରରୁ ଠିକାଦାର ନେଇଯାଇଥିଲେ କର୍ଣ୍ଣାଟକ । ଅଣ୍ଡା ଫ୍ୟାକ୍ଟ୍ରିରେ ଅଣ୍ଡା ସଜାଡିବା ସହ ପ୍ୟାକେଟ୍ କରିବାକୁ ହେଲେ ସେଠାରେ ସେମାନଙ୍କୁ କୁକୁଡ଼ା ମଳ ଧୋଇବା ସହ ନାନା ପ୍ରକାର ସଫେଇ କାର୍ଯ୍ୟରେ ନିୟୋଜିତ କରିଥିଲେ । ଏହାକୁ ବିରୋଧ କରିବାରୁ ଠିକାଦାର ମାନେ ଅକଥନୀୟ ନିର୍ଯାତନା ଦେବା ସହ ଘରକୁ ଫେରିବାକୁ ଦେଇନଥିଲେ । ଯାହାଫଳରେ ହଇରାଣ ହରକତ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭିଡ଼ିଓ ବାର୍ତ୍ତା ଦେବା ପରେ ଉଦ୍ଧାର ହେଲେ ୧୨ ଜଣ ପ୍ରବାସୀ ଓଡ଼ିଆ । 

You Can Read:

ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶିତ, ପାସ୍‌ ହାର ୯୪.୯୩%

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.