ଏକଛତ୍ରବାଦ ଶାସନରେ ଗର୍ବ ଅହଂକାର ବଢିଯାଏ, ଆମ ପ୍ରଭୁ କାହାର ଗର୍ବ ଅହଂକାର ସହନ୍ତି ନାହିଁ : ଉପ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 02, 2025 IST

ଭୋଗରାଇ ୨।୫ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ତୀବ୍ର ବିରୋଧ ହେବାରେ ଲାଗିଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ୨୦ ଏକର ଜାଗାରେ ୨୫୦ କୋଟି ଟଙ୍କା ବ୍ୟୟବରାଦରେ ଜଗନ୍ନାଥ ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରି ପବିତ୍ର ଅକ୍ଷୟତୃତୀୟାରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ପୁରୀ ଦଇତାପତି । ପୁରୀରେ ଦୁଇଟି ନିଯୋଗ ପକ୍ଷରୁ କଟକଣା ପରେ ଦଇତାପତି ଆସି ଦୀଘା ଜଗନ୍ନାଥ ମନ୍ଦିରରେ ଯୋଗଦେବା ନେଇ ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀ ମାନଙ୍କ ମନକୁ ଆଘାତ ଦେଇଛି । ଏହାକୁ ନେଇ ଧୀରେ ଧୀରେ ବିବାଦ ବଢୁଥିବା ବେଳେ ଭୋଗରାଇ ଗସ୍ତରେ ଆସିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ପ୍ରତିକ୍ରିୟା ରଖି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକଛତ୍ରବାଦ ଶାସନରେ ଗର୍ବ ଅହଂକାର ବଢିଯାଏ । ଆମ ପ୍ରଭୁ କାହାର ଗର୍ବ ଅହଂକାର ସହନ୍ତି ନାହିଁ । ସମୟ କହିବ ଆମ ପ୍ରଭୁ ବଡ଼ ନା ଅହଂକାର ବଡ଼ ।

You Can Read:

କର୍ଣ୍ଣାଟକରୁ ଉଦ୍ଧାର ହେଲେ ୧୨ ପ୍ରବାସୀ ଓଡ଼ିଆ, ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଭିଡ଼ିଓ ବାର୍ତ୍ତା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.