ଭୁବନେଶ୍ୱର ୧୫।୧୨ : ଜି.ଉଦୟଗିରିରେ ୫.୨ଡିଗ୍ରୀ ସେଲସିୟସ୍କୁ ଖସିଛି ପାରଦ । ଅସମ୍ଭାଳ ଶୀତରେ ଜନଜୀବନ ପ୍ରଭାବିତ ହୋଇଛି । ରାଉରକେଲା ୭.୨ ଡିଗ୍ରୀରେ ଥରିଛି ।୧୫ ସହର ୧୨ ଡିଗ୍ରୀ ତଳେ ରହିଛି ।
ରବିବାର ବି ଶୀତର ପ୍ରକୋପ ଜାରି ରହିବ। ରାଉରକେଲାରେ ୭ ଡିଗ୍ରୀ, ଝାରସୁଗୁଡ଼ା, କେନ୍ଦୁଝର ଓ ଫୁଲବାଣୀରେ ୯ଡିଗ୍ରୀ, କୋରାପୁଟ, ଭବାନୀପାଟଣା, କେନ୍ଦୁଝର ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ସୋମବାର ବି ରାଉରକେଲାରେ ୭ ଡିଗ୍ରୀ ରହିବ। ଝାରସୁଗୁଡ଼ା, ଫୁଲବାଣୀ, ବୌଦ୍ଧ ଓ ଅନୁଗୁଳରେ ରାତି ତାପମାତ୍ରା ୯ ଡିଗ୍ରୀ ରହିବା ସମ୍ଭାବନା ଅଛି। ୧୭ ତାରିଖରୁ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଝାରସୁଗୁଡ଼ା, ଗଞ୍ଜାମ ଓ କଳାହାଣ୍ଡିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି।
ଶୁକ୍ରବାର ରାତିରେ ଝାରସୁଗୁଡ଼ାରେ ୮ ଡିଗ୍ରୀ, କିରେଇରେ ୮.୮, ସିମିଳିଗୁଡ଼ା ଓ ଫୁଲବାଣୀରେ ୯, ସୁନ୍ଦରଗଡ଼ରେ ୧୦, ବୌଦ୍ଧରେ ୧୦.୨, ଦାରିଙ୍ଗିବାଡ଼ିରେ, କେନ୍ଦୁଝର ଓ ଅନୁଗୁଳରେ ୧୦.୬, ଭବାନୀପାଟଣାରେ ୧୧, କୋରାପୁଟରେ ୧୧.୪, ବାରିପଦାରେ ୧୧.୬ ଡିଗ୍ରୀ ରେକର୍ଡ ହୋଇଛି ।