ରଥଯାତ୍ରା ପାଇଁ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | July 04, 2024 IST

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍‌ଠାରେ ଡିଜିପିଙ୍କ ବୈଠକ । ପୋଲିସ ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମଧ୍ୟ ଉପସ୍ଥିତ ରହିଥିଲେ । ଦୁଇଦିନ ରଥଯାତ୍ରା ପଡୁଥିବାରୁ ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଓ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ରଥଯାତ୍ରା ପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ସୁରକ୍ଷା ଦାୟିତ୍ବରେ ସମୁଦାୟ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ସେପଟେ ଆଉ ତିନି ଦିନ ପରେ ରଥଯାତ୍ରା । ଶ୍ରୀଗୁଣ୍ଡିଚାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ଲାଗିବ ଭିଡ଼ । କଡ଼ା ନଜରରେ ରହିବ ପୁରୀ ସହର । ଏପରିକି ପୁରା ସହର ସୁରକ୍ଷା ବଳୟ ଭିତରେ ରହିବ । ତେଣୁ ରଥଯାତ୍ରା ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ସହ ବିଭିନ୍ନ ବିଭାଗର ସମନ୍ବୟ ରକ୍ଷା କରିବା ପାଇଁ ଗୁରୁବାର ମକଡ୍ରିଲ୍ କରାଯାଇଛି । 

ଟାଉନ ଥାନା ଅନ୍ତର୍ଗତ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍‌ରେ ମକଡ୍ରିଲ୍ କରାଯାଇଛି । ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ କରାଯାଇଛି ମକଡ୍ରିଲ୍ । ବିଭିନ୍ନ ବିଭାଗ ମଧ୍ୟରେ ସୁସନ୍ବୟ କିଭଳି ରହିବ ସେନେଇ ମକଡ୍ରିଲ ହୋଇଛି । ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ବିଭାଗ ଏହି ମକଡ୍ରିଲ୍‌ରେ ସାମିଲ୍ ହୋଇଥିଲେ । 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.