ଆଠଗଡ଼ ୨୬।୧୨: ଆଠଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମ ପରିସରରେ ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରଥମ ଥର ବିରୋଧୀ ଦଳ ଭାବେ ଛିଡା ହୋଇଥିବା ଏହି ଦଳ ବିରୋଧରେ ରହି ଦଳର ପ୍ରତିଷ୍ଠା ଦିବସ ପାଳନ କରୁଛି। ଆଠଗଡ ବିଜେଡିର ସଭାପତି ରବିନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ବରେ ଏହି ସଭାରେ କଟକ ଜିଲ୍ଲା ବିଜେଡିର ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ , ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇଥିଲେ। ବୈଠକ ଆରମ୍ଭରୁ ଦଳ ପକ୍ଷରୁ ଅନେକ ପ୍ରସ୍ତାବ ଗୃହିତ କରାଯିବା ସହ ଦଳର କର୍ମୀ ଓ ନେତା ସେହି ପ୍ରସ୍ତାବକୁ ସ୍ବାଗତ ଓ ସମର୍ଥନ କରିଥିଲେ । ଦଳ ପକ୍ଷରୁ ଦଳ କିଭଳି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ସେବା ଦେଉଥିଲା ଆଜି ମିଳୁନାହିଁ , ଆଜି ସବୁ ବଜାର ଦର ମହଙ୍ଗା ହେବା ସହ ଏହାର ପ୍ରଭାବ ସାଧାରଣଲୋକଙ୍କ ଉପରେ ପଡୁଥିବା ନେଇ ଜିଲ୍ଲା ସଭାପତି ଓ ବିଧାୟକ ରାଜା ସ୍ବାଇଁ କହିଥିଲେ। ଦେହ ଅସୁସ୍ଥ ଥିବାରୁ ମୁଁ ବହୁ ଦିନ ଧରି ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁଖ ଦୁଃଖରେ ସାମିଲ୍ ହୋଇ ପାରୁନଥିଲି ବୋଲି କହିଛନ୍ତି ରାଜା ସ୍ବାଇଁ।
You Can Read: