ଭୋଜି ଖାଇ ଫେରିବା ବେଳେ ଦୁର୍ଘଟଣା : ଗଛରେ ପିଟିହେଲା ବାଇକ୍, ୨ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | June 06, 2025 IST

ବୈପାରୀଗୁଡ଼ା ୬ବୈପାରୀଗୁଡା ଥାନା ଅନ୍ତର୍ଗତ କାଦଆମ୍ବ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତର କାଦଆମ୍ବ ଗ୍ରାମ ଠାରେ ନାମକରଣ ଉତ୍ସବରେ ଭୋଜି ଭାତର ଆୟୋଜନ ଚାଲିଥିଲା l ଏହି ଉତ୍ସବରେ ଯୋଗ ଦେବା ପାଇଁ ଜିତୁ ଓ ତାଙ୍କ ୨ ସମ୍ପର୍କୀୟ ଗୋଟିଏ ବାଇକ୍‌ରେ ରାମଗିର କାଦଆମ୍ବ ଅଭିମୁଖେ ଯାଉଥିଲେ । ସେହି ସମୟରେ କାଦଆମ୍ବ ଛକର ବୁଲାଣି ରାସ୍ତା କଡରେ ଥିବା ଗଛରେ ପିଟି ଦେଇଥିଲା ବାଇକ୍ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି l ଘଟଣାସ୍ଥଳରେ କାଦଆମ୍ବ ଗ୍ରାମର ଜିତୁ ଖିଲଙ୍କର ମୃତ୍ୟୁ ଘଟିଥିବା ବେଳେ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ଅମିନ ସାନ୍ତାଙ୍କ ମୃତ୍ୟୁ ଘଟିଛି l ଗୁରୁତର ମଙ୍ଗୁଲୁ ଗଲାରୀ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ପୋଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ଲାପ୍ସ ହେବାକୁ ବସିଲାଣି ଟୋକନ୍, ମଣ୍ଡିରୁ ଧାନ ନଉଠିବା ନେଇ ଯୋଗାଣ ମନ୍ତ୍ରୀଙ୍କୁ ଚାଷୀ ଫେରାଦ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.