ବିଜାପୁରରେ ପୋଲିସକୁ ବଡ ସଫଳତା, ୨୨ ହାର୍ଡକୋର ମାଓବାଦୀ ଗିରଫ

Published By : Prameya-News7 Bureau | April 17, 2025 IST

ମାଲକାନଗିରି ୧୭/୦୪: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ଉସୁର ଥାନା, ଜଙ୍ଗଲା ଥାନା ଓ ନେଲସନାର ଥାନା ଅଞ୍ଚଳରୁ ବିସ୍ଫୋରକ ସାମଗ୍ରୀ ସହ ୨୨ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । 

ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ପୂର୍ବରୁ ଛତିଶଗଡ ସରକାର ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଏହା ସହ ଏମାନଙ୍କ ଠାରୁ ଟିଫିନ୍ ବୋମା, କୋଡେକ୍ସ ତାର, ଜିଲୋଟିନ ଷ୍ଟିକ୍, ଡିଟୋନିଟର, ବ୍ୟାଟେରୀ, ବିଦ୍ୟୁତ୍‌ ତାର ସହ ମାଟି ଖୋଳିବା ଉପକରଣ ଜବତ ହୋଇଛି । 

ଉସୁର, ଜଙ୍ଗଲା ଓ ନେଲସନାର ଥାନାର ଡିଆରଜି ବାହିନୀ ସହ କୋବ୍ରା ୨୦୫, ୨୦୬, ୨୧୦ ବାଟାଲିୟନର ଜବାନଙ୍କ ମିଳିତ କୁମ୍ଵିଂ ଅପରେସନ ବେଳେ ସୁରକ୍ଷା କର୍ମୀ ହାତରେ ଧରାପଡିଛନ୍ତି ଏହି ୨୨ ମାଓବାଦୀ । ଗିରଫ ମାଓବାଦୀଙ୍କ ବିରୋଧରେ ଉସୁର, ଜଙ୍ଗଲା ଏବଂ ନେଲସନାର ଥାନାରେ ପୂର୍ବରୁ ଅନେକ ମାମଲା ରହିଥିବା ବେଳେ ଗିରଫ ପରେ କାର୍ଯ୍ୟାନୁଷ୍ଠାନ ଲାଗି ସେମାନଙ୍କୁ ବିଚାର ବିଭାଗୀୟ ବିଜାପୁର କୋର୍ଟରେ ହାଜର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.