ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ଗୋରୁ, ୨୨ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | May 28, 2025 IST

କୋରାପୁଟ ୨୮।୦୫ : ବାହାର ରାଜ୍ୟକୁ ଗୋଚାଲାଣ ବେଳେ ପୋଲିସର ଚଢାଉ । କୋରାପୁଟ ଜିଲ୍ଲାରୁ ହାଇଦ୍ରାବାଦ୍‌ ଗୋଚାଲାଣ କରୁଥିବା ଅଭିଯୋଗରେ ୨୨ଜଣଙ୍କୁ ଗିରଫ କରିଛି ପୋଲିସ ।ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ୍‌ ଥାନା ପୋଲିସ । 

ଖବର ଅନୁଯାୟୀ, ରାଜ୍ୟ ବାହାରକୁ ଗୋଚାଲାଣ ହେଉଥିବା ନେଇ ପୋଲିସ ଗୁଇନ୍ଦା ସୂଚନା ପାଇଥିଲା । ଏହାପରେ ତୁରନ୍ତ ଚଢାଉ କରିଥିଲା । ଏହି ଚଢାଉରେ ୬ଟି କଣ୍ଟେନରରେ ଚାଲାଣ ହେଉଥିବା ୨୪୯ ଟି ଗାଈଙ୍କୁ ଉଦ୍ଧାର କରିଛି ।ଯେଉଁଥିରେ ୫ଟି ଗାଈଙ୍କର ମୃତ୍ୟୁ ହୋଇଯାଇଛି । ତେବେ ବେଆଇନ୍‌ ଗୋରୁ ଚାଲାଣ ଅଭିଯୋଗରେ ୨୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ଏହି ଲିଙ୍କରେ ଆଉ କିଏ କିଏ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.