ଅରଡ ବଜାର ମସଜିଦ୍ ଲେନ୍‌ ୨୨୮ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 10, 2025 IST

NEWS UPDATE

ରେମୁଣା ୧୦: ବାଲେଶ୍ବର ସହଦେବଖୁଣ୍ଟା ଥାନା ପୋଲିସ ଦ୍ବାରା ଅରଡ ବଜାର ମସଜିଦ ଲେନ୍‌ରୁ ୨୨୮ ଗ୍ରାମ ବ୍ରାଉନସୁଗାର ଜବତ‌ ହୋଇଛି । ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଅରଡ ବଜାର ମସଜିଦ ଲେନର ସେକ୍ ସାକିର ଓ ମୀନା ବିବି । ସେମାନଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତ ମାନେ ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ବ୍ରାଉନସୁଗାର ଆଣି ଅରଡ ବଜାରରେ ଛୋଟ ଛୋଟ ପୁଡିଆ କରି ବିକୁଥିଲେ । ଏ ସମ୍ପର୍କରେ ପୋଲିସ ଖବର ପାଇବା ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ଅନ୍ୟ ମାମଲାରେ ମଧ୍ୟ ଜଡିତ ଥିବା ପୋଲିସ ଜାଣିବାକୁ ପାଇଛି । ଏ ସମ୍ପର୍କରେ ସହଦେବଖୁଣ୍ଟା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।

You Can Read:

ମେ’ ୨୭ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.