ଭୁବନେଶ୍ବର ୨୭।୩: ବର୍ଷେ ଭିତରେ ୨୬୩ ପଡା ଗାଁକୁ ରାଜସ୍ବ ଗ୍ରାମରେ ପରିବର୍ତ୍ତନ କରାଗଲାଣି । ଗୃହରେ ଏଭଳି ତଥ୍ୟ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେହିଭଳି ୧୪୭ ପଡା ଗାଁକୁ ରାଜସ୍ୱ ଗାଁ କରିବା ନେଇ ବିଚାରାଧୀନ ରହିଛି । ଯାହା ଆସନ୍ତା ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ବର୍ତ୍ତମାନ ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡ଼ିମାର୍କେସନ କରାଯାଉଛି । ଯେଉଁ କାମ ୬ରୁ ୭ଦିନରେ ସରିବ ।
ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରନ୍ତୁ । ରାଜସ୍ୱ ଗାଁ ଏକ ସ୍ୱୀକୃତି । ଯେଉଁଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳି ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read: