ଗୃହରେ ଆଦାନୀ ପ୍ରସଙ୍ଗ ଉଠାଇଲେ ପ୍ରସନ୍ନ ଆଚାର୍ଯ୍ୟ : ସରକାର ଗୋଟେ କମ୍ପାନୀକୁ କାରଖାନା ଦେଇଥିଲେ, ସେ କେମିତି ଅନ୍ୟ ଜଣକୁ ବିକିଲା ?

Published By : Prameya-News7 Bureau | March 27, 2025 IST

ଭୁବନେଶ୍ବର : ଗୃହରେ ଉଠିଲା ଆଦାନୀ ପ୍ରସଙ୍ଗ । ବରଗଡ଼ରେ ଥିବା ସରକାରୀ ସିମେଣ୍ଟ କମ୍ପାନୀକୁ ୨୦୦୩ ମସିହାରେ ଘରୋଇକରଣ ହୋଇ ଏସିସି ସିମେଣ୍ଟକୁ ଦିଆଯାଇଥିଲା । ବର୍ତ୍ତମାନ ଏସିସି ସିମେଣ୍ଟର ଅଧିକାଂଶ ସେୟାର ଆଦାନୀ କମ୍ପାନୀ କିଣି ନେଇଥିବାରୁ, ବର୍ତ୍ତମାନ କାରଖାନାର ମାଲିକ ଆଦାନୀ କମ୍ପାନୀ । କର୍ମଚାରୀଙ୍କୁ ଜୋର ଜବରଦସ୍ତ ଭିଆରଏସ୍ ନେବାକୁ କୁହାଯାଉଛି । ଆଉ କିଛି ଜଣଙ୍କୁ ବାହାରକୁ ପଠାଇ ଦିଆଯାଇଛି । 

ସିମେଣ୍ଟ କାରଖାନା ବନ୍ଦ କରି ଗନ୍ଧମାର୍ଦ୍ଧନ ପର୍ବତରୁ ବକ୍ସାଇଟ୍ ଆଣି ସିମେଣ୍ଟ କାରଖାନାରେ କ୍ଲିଙ୍କର ପ୍ରତିଷ୍ଠା କରିବାକୁ ଆଦାନୀ କମ୍ପାନୀ ଯୋଜନା କରୁଥିବା ଅଭିଯୋଗ ଆଣିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

ସରକାର ଗୋଟେ କମ୍ପାନୀକୁ କାରଖାନା ଦେଇଥିଲେ, ସେ କେମିତି ସରକାର ଦେଇଥିବା କମ୍ପାନୀକୁ ଅନ୍ୟ ଜଣକୁ ବିକିଲା ? ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

You Can Read:

ମାସକରେ ୫୦ରୁ ଅଧିକ ଲୋକ ଜଣ୍ଡିସ୍‌ରେ ଆକ୍ରାନ୍ତ, ଡାକ୍ତରୀ ଟିମ୍ ପହଞ୍ଚି ନଥିବା ଅଭିଯୋଗ


  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.