ଆନନ୍ଦପୁର ୨୭।୩: ଗାଁରେ ଜଣ୍ଡିସ୍ ଆତଙ୍କ । ମାସକ ମଧ୍ୟରେ ଅନେକ ହେଲେଣି ଆକ୍ରାନ୍ତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ଅଗର୍ଦା ଗାଁରେ ବ୍ୟାପିଛି ଜଣ୍ଡିସ୍ ରୋଗ । ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ଅଗର୍ଦା ଗାଁରେ ଗାଁର ପ୍ରାୟ ୫୦ରୁ ଅଧିକ ଲୋକ ଜଣ୍ଡିସ୍ରେ ଆକ୍ରାନ୍ତ ହେଲେଣି । କିଛି ଜଣଙ୍କ ଠାରେ ପ୍ରଥମେ ପେଟ ଦରଜ, ଜ୍ବର, ଆଖି ଓ ଗୋଡ଼ହାତ ସବୁ ହଳଦିଆ ପଡିବା ଭଳି ଲକ୍ଷଣ ଦେଖାଯାଇଥିଲା । ଲକ୍ଷଣ ଦେଖାଗଲା ପରେ ପରୀକ୍ଷା କରାଇବାରୁ ଏହା ଜଣ୍ଡିସ ବୋଲି ଜଣାପଡିଥିଲା । ଫଳରେ ଗାଁରେ ଆତଙ୍କ ଖେଳିଯାଇଛି ।
କିଛି ଲୋକେ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ ନେଇ ଡାକ୍ତରୀ ଚିକିତ୍ସା କରାଉଥିବା ବେଳେ ଅନ୍ୟ କେତେକ ଲୋକ ଝଡାଫୁଙ୍କା କରି ଜଣ୍ଡିସ୍ ରୋଗର ଚିକିତ୍ସା କରୁଥିବା କହୁଛନ୍ତି । ତେବେ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଗାଁରେ ଏହି ରୋଗର ଲକ୍ଷଣ ଦେଖା ଯାଇଥିବା ବେଳେ ଏପର୍ଯ୍ୟନ୍ତ ଗାଁରେ କୌଣସି ଡାକ୍ତରୀ ଟିମ୍ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।
ସେପଟେ ଏକ ଟିମ୍ ପଠାଇ ରୋଗର କାରଣ ଖୋଜି ବାହାର କରିବା ସହ ଓ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ସାଇଁକୂଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।
You Can Read:
୨୩ ଖଣି ବିରୋଧରେ ୨୭୦୦କୋଟି ଟଙ୍କାର ସାର୍ଟିଫିକେଟ୍ କେସ୍ ହୋଇଛି, ରିକଭରୀ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ସରକାର