୨୩ ଖଣି ବିରୋଧରେ ୨୭୦୦କୋଟି ଟଙ୍କାର ସାର୍ଟିଫିକେଟ୍ କେସ୍ ହୋଇଛି, ରିକଭରୀ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ସରକାର

Published By : Prameya-News7 Bureau | March 27, 2025 IST

ଭୁବନେଶ୍ବର ୨: ସାହା କମିସନ୍ ରିପୋର୍ଟ ଭିତ୍ତିରେ ୨୩ଟି ଖଣି ବିରୋଧରେ ୨୭୦୦କୋଟି ଟଙ୍କାର ସାର୍ଟିଫିକେଟ୍ କେସ୍ ହୋଇଛି । ରିକଭରୀ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।

ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ଅଧିକ ଗୁଣାତ୍ମକ ମାନର ଲୁହା ପଥରକୁ ନିମ୍ନମାନର ଦର୍ଶାଇ ଯେଉଁ ଖଣି କମ୍ପାନୀ ଗୁଡ଼ିକ ବିକ୍ରି କରି ରାଜସ୍ଵ କ୍ଷତି କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ତଦାରଖ କରୁଛନ୍ତି ।

ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସେପଟେ, ରାଜ୍ୟରେ ଖଣି ରାଜସ୍ୱ ଆଦାୟ ନେଇ ବିଧାନସଭାରେ ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୨୦-୨୧ରେ ୧୩୯୮୧ କୋଟି, ୨୦୨୧-୨୨ରେ ୪୯୮୫୯ କୋଟି, ୨୦୨୨-୨୩ରେ ୩୮୦୭୫ କୋଟି, ୨୦୨୩-୨୪ରେ ୪୬୩୯୬ କୋଟି, ୨୦୨୪-୨୫ରେ ୩୯୨୪୨ କୋଟି ଟଙ୍କା ଆଦାୟ ହୋଇଛି । ପ୍ରଶ୍ନକର୍ତ୍ତା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀଙ୍କ ପାଇଁ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । 

You Can Read:

ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜଧାନୀରେ ଗର୍ଜିଲା କଂଗ୍ରେସ, ରାମମନ୍ଦିର ଛକରୁ ବିଶାଳ ପଟୁଆରରେ ବାହାରିଲେ ନେତା ଓ କର୍ମୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.