ଢେଙ୍କାନାଳ ୧୫/୨: ଚାଉଳିଆ ଖମାରି ଗାଁରେ ଚାଞ୍ଚଲ୍ୟ । ବନ୍ଦ ଘରେ ଝୁଲୁଛି ଗୋଟି ଏ ପରିବାରର ୩ ଜଣଙ୍କ ମୃତଦେହ । ମୃତକ ଶଙ୍କର୍ଷଣ ଦାସ, ଝିଅ ସୁବର୍ଣ୍ଣ ଓ ନାତି ସନ୍ତୋଷ । ବେକରେ ରଶି ଲଗାଇ ସମସ୍ତେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଖମାରି ଗାଁରେ ପହଞ୍ଚିଛି ସଦର ଥାନା ପୋଲିସ । ମୃତ୍ୟୁର କାରଣ ଜଣାପଡିନି । ସେମାନେ ନିଜେ ଆତ୍ମହତ୍ୟା କରିଛନ୍ତି ନା ଆଉ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତାର ଛାନ୍ଭିନ୍ ଚଳାଇଛି ପୋଲିସ ।