ବୈପାରୀଗୁଡାରେ ମର୍ମନ୍ତୁଦ ଦୁର୍ଘଟଣା, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ୩ ମୃତ

Published By : Prameya-News7 Bureau | May 16, 2025 IST

ବୈପାରୀଗୁଡା ୧୬/୦୫: କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩୨୬ ନମ୍ବର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ ଗଛକୁ ପିଟିଲା କାର । ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଓ ଦୁଇ ଜଣ ଆହତ ହୋଇଛନ୍ତି । ନୟାଗଡ଼ ଠାରୁ ମାଲକାନଗିରି ଯାଉଥିବା ବେଳେ ଘଟିଛି ଅଘଟଣ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ କରୁଛି । 

ସୂଚନା ଅନୁସାରେ ନୟାଗଡ଼ର ଏକ ପରିବାର କାର୍ ଯୋଗେ ମାଲକାନଗିରି ଯାଉଥିଲେ। ଏହି ସମୟରେ ୩୨୬ନମ୍ବର ଜାତୀୟ ରାଜପଥ ଗୌଡ଼ଗୁଡା ଛକରେ କାରଟି ଭାରସାମ୍ୟ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା।

ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣେ ଗୁରୁତରଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ୨ଜଣ ଙ୍କୁ ବୈପାରୀଗୁଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ୬ ଜଣ ଥିବା ଜଣାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.