ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ବାହାରୁ କେତେ ଜଣ କିଣିଛନ୍ତି ସମ୍ପତ୍ତି ? ଗୃହରେ ଉତ୍ତର ରଖିଲେ ସରକାର

Published By : Prameya-News7 Bureau | March 29, 2022 IST

ନୂଆଦିଲ୍ଲୀ,୨୯/୦୩ :  ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ୩୪ ଜଣ ବାହାର ଲୋକେ ଏଠାରେ ସମ୍ପତ୍ତି କିଣିଛନ୍ତି । ମଙ୍ଗଳବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଏସପି ସଂସାଦ ହାଜି ଫଜଲୁର ରହମାନଙ୍କ ଏକ ଲିଖତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି।   

ମନ୍ତ୍ରଣାଳୟର ବୟାନ ଅନୁସାରେ, କେନ୍ଦ୍ର ଶାସିତ ପ୍ରଦେଶରୁ ମିଳିଥିବା ସୂଚନା ଅନୁସାରେ ବାହାର ରାଜ୍ୟରୁ ୩୪ ଜଣ ଲୋକ ରାଜ୍ୟରେ ସମ୍ପତ୍ତି କିଣିଛନ୍ତି । ଜମ୍ମୁ, ଉଧମପୁର ଏବଂ ଗାନ୍ଦରବଲ ଜିଲ୍ଲାରେ ଏହି ସମ୍ପତ୍ତି କିଣାଯାଇଥିବା ଏଥିରେ କୁହାଯାଇଛି । ତେବେ କିଏ ଏହି ସମ୍ପତ୍ତି କିଣିଛି ଏବଂ ଏହାର ରୂପ କଣ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କଶ୍ମୀରର ଧାରା ୩୭୦ ଯୋଗୁଁ ବାହାର କୌଣସି ବ୍ୟକ୍ତିକୁ ରାଜ୍ୟରେ ସମ୍ପତ୍ତି କିଣିବାର ଅଧିକାର ନଥିଲା। ୨୦୧୯ରେ ସଂସଦରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.