ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି, ସମସ୍ତ ୪୦ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ

Published By : Prameya-News7 Bureau | May 20, 2025 IST

ଭୁବନେଶ୍ବର ୨୦ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ଆମ ସଂକଳ୍ପ ପତ୍ର ଅନୁଯାଇ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବ । ପୂର୍ବ ସରକାର କ’ଣ କରିଛନ୍ତି କ’ଣ ନ କରିଛନ୍ତି, ସେ ସବୁ ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟ୍‌ଫଣ୍ଡ କାଗଜପତ୍ର ସଂଗ୍ରହ ଚାଲିଛି । ସଂଗ୍ରହ ଶେଷ ହେଲେ ନୀତିଗତ ନିଷ୍ପତ୍ତି ନିଆଯିବ । ଆମେ ଶପଥ ନେବା ପୂର୍ବରୁ ଚିଟ୍‌ଫଣ୍ଡ କାଗଜପତ୍ର ବୁହା ହେଉଥିଲା ସେକଥା ସମସ୍ତେ ଜାଣିଛନ୍ତି । ଆମେ ସିଆଇଏସଏଫ ଲଗାଇ ବନ୍ଦ କଲୁ । ସରକାର ଏବେ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି । ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ କରାଯିବ ବୋଲି ମନମୋହନ ସାମଲ କହିଛନ୍ତି ।



ସେପଟେ ମନମୋହନ ସାମଲଙ୍କୁ କଡ଼ା ଜବାବ ଦେଇଛି ବିଜେଡି । କାଗଜ ନମିଳିବା କହି ସରକାର ତାଙ୍କ ବିଫଳତାକୁ କହିଛନ୍ତି । ଇଡି, ସିବିଆଇ ଲଗାଇ ତଦନ୍ତ କରି ବାନ୍ଧୁଛନ୍ତି କିନ୍ତୁ ଏଠି କହୁଛନ୍ତି କାଗଜ ପାଉନାହାନ୍ତି । ଏହା ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ବିଜେଡି ବିଧାୟକ ଧୃବ ସାହୁ ।

ସେହିଭଳି ଅରୁଣ ସାହୁ କହିଛନ୍ତି, କ୍ଷତିଗ୍ରସ୍ତଙ୍କୁ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା । ନିଜ କାନ୍ଧରୁ ଜୁଆଣି ଖସାନ୍ତୁ ନାହିଁ । ସବୁ କଥାରେ ୨୪ ବର୍ଷକୁ ଦୋଷ ହେଲେ ହେବନି । କେତେଦିନ ଆଉ ୨୪ ବର୍ଷ କଥା କହିବ । ଯାହା କରିପାରୁଛ ତାକୁ ନେଇ ବାହାବା ନେଉଛ ଆଉ ନକରିପାରିଲେ ୨୪ ବର୍ଷକୁ ଦୋଷ ଦେଉଛ । ଏବେ ସେମାନେ ସରକାରରେ । ଚିଟ୍‌ଫଣ୍ଡ କାଗଜ ଖୋଜିବା ଦାୟିତ୍ଵ ସରକାରଙ୍କର, ଖୋଜନ୍ତୁ ।

ସେପଟେ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି, ନିର୍ବାଚନ ପୂର୍ବରୁ ଇସ୍ତାହାରରେ କହିଥିଲେ ସରକାରକୁ ଆସିବା ମାତ୍ରେ ଆମେ ଲୋକଙ୍କ ଚିଟ୍‌ଫଣ୍ଡ ପଇସା ଫେରାଇବୁ । କିନ୍ତୁ ଏବେ କହିଲେଣି ପୂର୍ବ ସରକାର ସମୟର କାଗଜପତ୍ର କିଛି ମିଳୁନି । ଏ କେମିତି କଥା, ଏ ଗୋଟେ କେବଳ ଧୂଆଁବାଣ । କେବଳ ଏ ସରକାର ପ୍ରହସନ କରୁଛନ୍ତି । ଏ କେବଳ କଥା କୁହନ୍ତି ଲୋକଙ୍କ କଥା ବୁଝନ୍ତିନି । ଯଦି ଏହା କେବଳ ଇସ୍ତାହାର ଭାଷା ତାହେଲେ ଆମେ ଲୋକଙ୍କ କଥା ବୁଝିବୁ ବୋଲି ମଙ୍ଗୁ ଖିଲ କହିଛନ୍ତି ।

You Can Read:

ଶୀଘ୍ର କେରଳ ଛୁଇଁବ ମୌସୁମୀ ବାୟୁ, ଆଗାମୀ ୪ରୁ ୫ଦିନ ପାଗ ଅନୁକୂଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.