ଭୁବନେଶ୍ବର ୨୦।୫: ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କ ଆନ୍ଦୋଳନ ପୂର୍ବରୁ ବିଜେପିର ସାମ୍ବାଦିକ ସମ୍ମିଳନୀ । ଆନ୍ଦୋଳନକୁ ନେଇ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, କଂଗ୍ରେସ ଓ ବିଜେଡି ନେତାମାନେ ନିଜ ଇତିହାସକୁ ପଢ଼ନ୍ତୁ । ସଂରକ୍ଷଣ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ ।
ମନମୋହନ କହିଛନ୍ତି, ସଂକଳ୍ପପତ୍ରରେ ଦେଇଥିବା ୨୧ ପ୍ରତିଶ୍ରୁତିରୁ ୧୧ ପୂରଣ କରିସାରିଛୁ । ଖୁବଶୀଘ୍ର ଆଉ ୨ଟି ପୂରଣ କରାଯିବ । ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିଶ୍ଚୟ ଲାଗୁ କରିବୁ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସଂରକ୍ଷଣ ୫୦% ଟପିବନି । ଏଥିପାଇଁ ୧୧.୨୫% ସଂରକ୍ଷଣ ଦେଇ ହେବ । ସୁପ୍ରିମକୋର୍ଟଙ୍କ ସିଲିଂ ଉଠିଲେ ପଛୁଆ ବର୍ଗଙ୍କ ସଂରକ୍ଷଣ ବଢ଼ାଇବୁ । ପୂର୍ବ ସରକାର ଛୋଟ ଛୋଟ ଘଟଣାକୁ ନେଇ ମାମଲା ଲଢ଼ୁଥିଲେ । କିନ୍ତୁ ପଛୁଆ ବର୍ଗ ପାଇଁ ଚିନ୍ତା ନଥିଲା । ବିଜେଡି ଓ କଂଗ୍ରେସର ତଥାକଥିତ ନେତାମାନେ ଭୁଲ ତଥ୍ୟ ଦେଉଛନ୍ତି । ବିଜେପି ପ୍ରତାରଣା ରାଜନୀତି କରୁନାହିଁ, ସ୍ୱଚ୍ଛ ରାଜନୀତି କରୁଛି ।
ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ଏବେବି କ୍ଷମତା ନିଶା ଯାଇନି । ଅହଙ୍କାର ପାଇଁ ବିଜେଡି ହାରିଲା । ଆମେ କୌଣସି ପ୍ରଲୋଭନ ରାଜନୀତି କରିବୁନି । ଯାହା କରୁଛୁ ସେମାନେ ବିରୋଧ କରୁଛନ୍ତି । ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପ୍ରୟାସ ଜାରି ରହିବ । କେବଳ ସଂକଳ୍ପପତ୍ରରେ ସୀମିତ ରହିବୁନି, ଲୋକଙ୍କର ଆବଶ୍ୟକତା ପୂରଣ କରାଯିବ ।
You Can Read:
ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି, ସମସ୍ତ ୪୦ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ