ୟୁଜି-ପିଜିରେ ସିଟ୍ ଖାଲି ପଡୁଛି, ସେଠାରେ ସଂରକ୍ଷଣ ଦେବାର ମାନେ କ’ଣ ?

Published By : Prameya-News7 Bureau | May 20, 2025 IST

ଭୁବନେଶ୍ବର ୨୦ମୁଁ ଖୁସି ଆଜି ବିଜେଡ଼ି ଡାକରାକୁ ବିଜେପି ଆଜି ଗ୍ରହଣ କରିଛି । ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, କେନ୍ଦ୍ରରେ ୧୧ ବର୍ଷ ଶାସନ କରିଥିଲେ ବି ପଛୁଆବର୍ଗକୁ ସବୁବେଳେ ଅବହେଳା କରିଛନ୍ତି । ତାଙ୍କର ଜଣେ ମନ୍ତ୍ରୀ ଆମ୍ବେଦକରଙ୍କୁ ତାଚ୍ଛଲ୍ୟ କରିଛନ୍ତି । ୟୁଜି, ପିଜିରେ ସିଟ୍ ଖାଲି ପଡୁଛି । ସେଠାରେ ସଂରକ୍ଷଣ ଦେବାର ମାନେ କ’ଣ ବୋଲି ଅରୁଣ ସାହୁ ପ୍ରଶ୍ନ କରିଛନ୍ତି । ଛାତିରେ ହାତ ରଖି କୁହନ୍ତୁ,  କ୍ୟାବିନେଟ୍ ସରିଗଲା, ଶିକ୍ଷାବର୍ଷ ସରିଲା, ଗୋଟେ ବର୍ଷ ସରିଗଲା ବୈଷୟିକ ଶିକ୍ଷାରେ ସଂରକ୍ଷଣ ଦେଲେନି । ଏବେ କହୁଛନ୍ତି ଦେବୁ । କେବେ ଦେବେ । ଆଇନ ଜାଲରେ ଆମ ସରକାର ଛନ୍ଦି ହୋଇ ଅନେକ କାମ କରିପାରି ନାହୁଁ । ନୂଆ ସରକାର କରୁନାହାଁନ୍ତି କିଏ ମନା କଲା । 

ସେପଟେ ସାମ୍ବାଦିକ ସମ୍ମିଳନୀ କରି ମନମୋହନ କହିଥିଲେ, ସଂକଳ୍ପପତ୍ରରେ ଦେଇଥିବା ୨୧ ପ୍ରତିଶ୍ରୁତିରୁ ୧୧ ପୂରଣ କରିସାରିଛୁ । ଖୁବଶୀଘ୍ର ଆଉ ୨ଟି ପୂରଣ କରାଯିବ । ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିଶ୍ଚୟ ଲାଗୁ କରିବୁ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସଂରକ୍ଷଣ ୫୦% ଟପିବନି । ଏଥିପାଇଁ ୧୧.୨୫% ସଂରକ୍ଷଣ ଦେଇ ହେବ । ସୁପ୍ରିମକୋର୍ଟଙ୍କ ସିଲିଂ ଉଠିଲେ ପଛୁଆ ବର୍ଗଙ୍କ ସଂରକ୍ଷଣ ବଢ଼ାଇବୁ । ପୂର୍ବ ସରକାର ଛୋଟ ଛୋଟ ଘଟଣାକୁ ନେଇ ମାମଲା ଲଢ଼ୁଥିଲେ । କିନ୍ତୁ ପଛୁଆ ବର୍ଗ ପାଇଁ ଚିନ୍ତା ନଥିଲା । ବିଜେଡି ଓ କଂଗ୍ରେସର ତଥାକଥିତ ନେତାମାନେ ଭୁଲ ତଥ୍ୟ ଦେଉଛନ୍ତି । ବିଜେପି ପ୍ରତାରଣା ରାଜନୀତି କରୁନାହିଁ, ସ୍ୱଚ୍ଛ ରାଜନୀତି କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ଏବେବି କ୍ଷମତା ନିଶା ଯାଇନି । ଅହଙ୍କାର ପାଇଁ ବିଜେଡି ହାରିଲା । ଆମେ କୌଣସି ପ୍ରଲୋଭନ ରାଜନୀତି କରିବୁନି । ଯାହା କରୁଛୁ ସେମାନେ ବିରୋଧ କରୁଛନ୍ତି । ପଛୁଆ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପ୍ରୟାସ ଜାରି ରହିବ । କେବଳ ସଂକଳ୍ପପତ୍ରରେ ସୀମିତ ରହିବୁନି, ଲୋକଙ୍କର ଆବଶ୍ୟକତା ପୂରଣ କରାଯିବ । 

You Can Read:

ସଂରକ୍ଷଣ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ, ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ନିଶ୍ଚୟ ଲାଗୁ କରିବୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.