୪୮ ଘଣ୍ଟାରେ ୫୭ ହମଲା; ପ୍ରାଣ ହରାଇଲେଣି ଶହେରୁ ଅଧିକ ପାକିସ୍ତାନୀ !

Published By : Prameya-News7 Bureau | March 17, 2025 IST

ନୂଆଦିଲ୍ଲୀ: ପାକିସ୍ତାନ ବେଲୁଚିସ୍ତାନରେ ଭୟଙ୍କର ରୂପ ଧାରଣ କଲାଣି ବିଦ୍ରୋହ । ବିଦ୍ରୋହୀ ବେଲୁଚି ଲିବରେସନ ଆର୍ମି ଟାର୍ଗେଟରେ ପୂରା ଦେଶ । ଦୁଇ ଦିନରେ ଘନଘନ ଆକ୍ରମଣ ହୋଇଛି । ୪୮ ଘଣ୍ଟାରେ ୫୭ଥର ହମଲା କରିଛି ବିଏଲଏ । ଏଥିରେ ଶତାଧିକ ଲୋଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ବିଏଲଏ ଓ ଟିଟିପି । ହେଲେ ବେଲୁଚି ଟ୍ରେନ୍ ହାଇଜ୍ୟାକ୍ ଘଟଣା ଏଥିରେ ସାମିଲ୍ ନାହିଁ । ଏହାକୁ ମିଶାଇଲେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିଯିବ ବୋଲି ବିଏଲଏ ପକ୍ଷରୁ କୁହାଯାଉଛି । 

ସ୍ନାଇପର ସଟ୍, ଗ୍ରେନେଡ୍ ଆଟାକ୍, ଆଇଇଡି ବ୍ଲାଷ୍ଟ ଜରିଆରେ ବିଦ୍ରୋହୀ ଗୋଷ୍ଠୀ ପାକିସ୍ତାନ ସରକାର ଟେନସନ ବଢ଼ାଇ ଦେଇଛନ୍ତି । ପାକ୍ ସରକାରଙ୍କ ତଥ୍ୟ ଅନୁଯାୟୀ, ବିଏଲଏ ହମଲାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୬ଜଣ ଆହତ ହୋଇଛନ୍ତି । ହେଲେ ବିଦ୍ରୋହୀ ଗୋଷ୍ଠୀ ଦାବି କରିଛି, ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । 

ରବିବାର ପାକିସ୍ତାନର କ୍ବେଟାରୁ ତାଫ୍‌ତାନ ଯାଉଥିବା ସେନା କାଫିଲା ଉପରେ ଆତଙ୍କବାଦୀ ହମଲା ହୋଇଥିଲା । ଏଥିରେ ୭ ଯାବନଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମାତ୍ର ବେଲୁଚି ଲିବରେସନ ଆର୍ମି ଦାବି କରିଛି, ଏହି ଆକ୍ରମଣରେ ୯୦ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ଏହି ଆତଙ୍କୀ ହମଲା କ୍ବେଟା ଠାରୁ ୧୫୦କି.ମି ଦୂରରେ ନୋଶିକରେ ହୋଇଛି । ଆତଙ୍କବାଦୀ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ହେଲିକପ୍ଟର ଓ ଡ୍ରୋନ୍ ମୁତୟନ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.