ନୀଟ୍‌ ୟୁଜି ବିଭ୍ରାଟ ମାମଲା, ପୁନଃ ପରୀକ୍ଷା ଦେବାକୁ ଆସିଲେନି ୭୫୦ ଆଶାୟୀ

Published By : Prameya-News7 Bureau | June 23, 2024 IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନୀଟ୍‌ ୟୁଜି ପରୀକ୍ଷା ବିଭ୍ରାଟ ମାମଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରବିବାର ନାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଗ୍ରେସ ମାର୍କ ପାଇଥିବା ୧୫୬୩ ଆଶାୟୀଙ୍କ ପାଇଁ ପୁନଃ ପରୀକ୍ଷା କରାଇଛି। ଏହି ପରୀକ୍ଷା ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଛଅ କେନ୍ଦ୍ରରେ ହୋଇଛି। 

ତେବେ ଏନଟିଏର ସୂଚନା ଅନୁଯାୟୀ, ୧୫୬୩ ଆଶାୟୀଙ୍କ ମଧ୍ୟରୁ ୮୧୩ ପରୀକ୍ଷା ଦେଇଛନ୍ତି। ଯେତେବେଳେକି ୭୫୦ ଆଶାୟୀ ପରୀକ୍ଷା ଦେବାକୁ ଆସିନଥିଲେ । ସେପଟେ, ସିବିଆଇ ଶିକ୍ଷା ମନ୍ତ୍ରାଳୟର ଅଭିଯୋଗ ଆଧାରରେ ନୀଟ୍‌-ୟୁଜିରେ କଥିତ ଅନିୟମିତତା ମାମଲାରେ ଆପରାଧିକ ମାମଲା ରୁଜୁ କରିବା ସହ ତଦନ୍ତ ତ୍ବରାନିତ କରିଛି।

ସୂଚନାଯୋଗ୍ୟ, ଗତ ମେ ୫ ତାରିଖରେ ଏନଟିଏ  ନୀଟ୍‌ (ୟୁଜି) ୨୦୨୪ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ୫୭୧ ସହରରେ ୪୭୫୦ କେନ୍ଦ୍ରରେ ଆୟୋଜିତ ହୋଇଥିଲା। ଯେଉଁଥିରେ ୨୩ ଲକ୍ଷରୁ ଅଧିକ ଆଶାୟୀ ଥିଲେ। ମାତ୍ର, କିଛି ରାଜ୍ୟରେ ପରୀକ୍ଷାକୁ ନେଇ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳିଥିଲା। ଯାହା ପରେ ମାମଲା ଖୁବ୍‌ ଚର୍ଚ୍ଚାକୁ ଆସିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.