‘୨୪ ବର୍ଷର କାର୍ଯ୍ୟକାଳରେ କେବେ ବି ରାଜନୈତିକ ଚାପର ସାମନା କରିନି’, ଅକ୍ସଫୋର୍ଡ ୟୁନିୟନରେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ବୟାନ

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି (ସିଜେଆଇ) ଗୁରୁବାର ନ୍ୟାୟପାଳିକାରେ ବ୍ୟବସ୍ଥାପିକାର କୌଣସି ପ୍ରକାର ହସ୍ତକ୍ଷେପ ଆଶଂକାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ବିଚାରପତି ଭାବେ ନିଜର ୨୪ ବର୍ଷର କ୍ୟାରିୟରରେ ସେ କୌଣସି ସରକାର କିମ୍ୱା ରାଜନୈତିକ ଚାପର ସାମନା କରି ନାହାନ୍ତି । ଅକ୍ସଫୋର୍ଡ ୟୁନିୟନ ପକ୍ଷରୁ ଆୟୋଜିତ ଏକ ଅଧିବେଶନରେ ଏକ ପ୍ରଶ୍ନର ଜବାବରେ ସେ ଏହା କହିଛନ୍ତି ।

ସିଜେଆଇ କହିଛନ୍ତି, 'ଭାରତରେ ବିଚାରପତିଙ୍କୁ ବିବାଦ ଉପରେ ଏହିପରି ନିଷ୍ପତ୍ତି ନେବା ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ ଯେ କୋର୍ଟରେ ଭାବନାର ବିପରୀତରେ ସାମ୍ୱିଧାନିକ ପରମ୍ପରା ଆଧାରରେ ନିଷ୍ପତ୍ତି ନେଇପାରିବେ ।' ରାଜନୈତିକ ଚାପର ପ୍ରଶ୍ନର ଜବାବ ଦେଇ ସେ କହିଛନ୍ତି, 'ଯଦି ଆପଣ ମୋତେ ସରକାରଙ୍କ ଚାପର ଅର୍ଥ ପଚାରୁଛନ୍ତି, ତେବେ ମୁଁ ଆପଣଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଗତ ୨୪ ବର୍ଷରେ ଯେବେଠାରୁ ମୁଁ ନ୍ୟାୟଧୀଶ ଅଛି, ମୁଁ କେବେ ବି ରାଜନୈତିକ ଚାପର ସାମନା କରିନି । ଭାରତରେ ଆମେ ଯେଉଁ ରାଜନୈତିକ ଲୋକତାନ୍ତ୍ରିକ ପ୍ରକ୍ରିୟାର ପାଳନ କରୁ, ସେଥିରେ ଏହା ମଧ୍ୟ ସାମିଲ ଯେ ଆମେ ଏପରି ଜୀବନ ବଞ୍ଚିଥାଉ ଯାହା ସରକାର ସରକାରଙ୍କ ରାଜନୈତିକ ଶାଖାଠାରୁ ଅଲଗା ଅଟେ ।'

ସେହିପରି ସାମାଜିକ ଚାପ ଉପରେ ବୟାନ ଦେଇ ସେ କହିଛନ୍ତି ଯେ ନ୍ୟାୟଧୀଶ ଅଧିକାଂଶ ସମୟରେ ନିଜ ନିଷ୍ପତ୍ତିରେ ସାମାଜିକ ପ୍ରଭାବ ବିଷୟରେ ଚିନ୍ତା କରନ୍ତି । ସିଜେଆଇ କହିଛନ୍ତି, 'ଆମ ଦ୍ୱାରା ଚୂଡାନ୍ତ ରାୟ ଦିଆଯାଇଥିବା ମାମଲାରେ ଗଭୀର ସାମାଜିକ ପ୍ରଭାବ ସାମିଲ ରହିଛି । ବିଚାରପତି ଭାବେ ମୋ ମତ ଯେ ସାମାଜିକ ବ୍ୟବସ୍ଥା ଉପରେ ଆମର ନିଷ୍ପତ୍ତିର ପ୍ରଭାବ ବାବଦରେ ସଚେତନ ରହିବା ଆମ ଦାୟିତ୍ୱ ଅଟେ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.