ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରମାରେ ପହଞ୍ଚାଇବାକୁ ପ୍ରସ୍ତୁତି, ମେଗା ରକେଟ୍‌ ପ୍ରସ୍ତୁତ କରୁଛି ISRO

Published By : Prameya-News7 Bureau | June 29, 2024 IST

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଏବେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ISRO)ର ନଜର ପୁଣି ଥରେ ଚନ୍ଦ୍ରମା ଉପରେ। କାରଣ ଇସ୍ରୋ ଚନ୍ଦ୍ରମାକୁ ମନୁଷ୍ୟଙ୍କୁ ପଠାଇବାକୁ ଯୋଜନା ଆହୁରି ବ୍ୟାପକ କରିଛି। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । 

ଜାତୀୟ ଗଣମାଧ୍ୟମ ସୂଚନା ଦେଇ ନେକ୍‌ସଟ ଜେନେରେସନ ଲଞ୍ଚ ଭେଇକିଲ (NGLV)କୁ ନେଇ ସୂଚନା ଦେଇଛନ୍ତି। ଯାହାର ନାଁ ରହିଛି ‘ସୂର୍ଯ୍ୟ’ । ବର୍ତ୍ତମାନ ଏହାର ଡିଜାଇନ ଉପରେ କାମ ଜାରି ରହିଛି। ଏଥିରେ Lox (ଲିକ୍ବିଡ ଅକ୍ସିଜେନ) ଏବଂ ମିଥେନ ଉପରେ ଆଧାରିତ ନୂଆ ଇଞ୍ଜିନ ଲଗାଯାଇଛି। ଏଥିରେ ଲୋଅର ଷ୍ଟେଜ ପାଇଁ ଲିକ୍ବିଡ ଅକ୍ସିଜେନ ଏବଂ ମିଥେନ ଇଞ୍ଜିନ ରହିବ ଉପର ଷ୍ଟେଜରେ କ୍ରାୟୋଜେନିକ ଇଞ୍ଜିନର ବ୍ୟବହାର କରାଯିବ। 

ଏସ ସୋମନାଥ କହିଛନ୍ତି ଭାରତର ମେଗା-ରକେଟ ବର୍ତ୍ତମାନର ରକେଟ ତୁଳନାରେ ବେଶ୍‌ ବଡ଼ ହେବ। ଲୋ ଅର୍ଥ ଅର୍ବିଟ୍‌ (LEO) ପେଲୋଡ କ୍ଷମତା ୪୦ ଟନ୍‌ରୁ ଅଧିକ ହେବ। ଯାହା ମାନବ ଅନ୍ତରୀକ୍ଷ ଉଡ଼ାଣ ମିଶନ ପାଇଁ ଖୁବ୍‌ ଜରୁରୀ। ଏହି ସୂର୍ଯ୍ୟା ରକେଟ ମାଧ୍ୟମରେ ୨୦୨୪୦ ସୁଦ୍ଧା ଭାରତର ମହକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.