‘Kalki 2898 AD’ ଫିଲ୍ମ ଦେଖିଲେ ଶ୍ରଦ୍ଧା କପୁର, ଅମିତାଭଙ୍କର କଲେ ଖୁବ୍ ପ୍ରଶଂସା

Published By : Prameya-News7 Bureau | July 01, 2024 IST

ବିଗ୍‌ ବି  ଅମିତାଭ ବଚ୍ଚନ, ସାଉଥ୍‌ ସୁପରଷ୍ଟାର ପ୍ରଭାସ,  ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ଫିଲ୍ମ ‘କଲ୍‌କୀ ୨୮୯୮ଏଡି’  ଗୁରୁବାର ରିଲିଜ୍‌ ହୋଇଛି । ଫିଲ୍ମଟିକୁ ଦର୍ଶକଙ୍କ ନିକଟରୁ ସକରାତ୍ମକ  ପ୍ରତିକ୍ରିୟା ମିଳୁଥିବାବେଳେ ସମସ୍ତଙ୍କର ଧ୍ୟାନର କେନ୍ଦ୍ର ରହିଛନ୍ତି ଅମିତାଭ ବଚ୍ଚନ । ଇତିମଧ୍ୟରେ ଫିଲ୍ମକୁ ଦେଖି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ଅମିତାଭଙ୍କୁ  ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି । 

ସୋସିଆଲ୍‌  ମିଡିଆରେ ଏକ ପୋଷ୍ଟ କରି ସେ  ଲେଖିଛନ୍ତି, ଉତ୍ତର, ଦକ୍ଷିଣ,  ପୂର୍ବ, ପଶ୍ଚିମ ସବୁ ସିନେମା   ଗୋଟିଏ ପଟେ ଓ ଅମିତାଭ ବଚ୍ଚନ ଗୋଟିଏ ପଟେ ।  ଆପଣ ନିଜେ ନିଜ ମଧ୍ୟରେ  ଏକ ସିନେମାଟିକ୍‌ ୟୁନିଭର୍ସ ।  ‘କଲ୍‌କି ୨୮୯୮ଏଡି’ରେ ୮୧  ବର୍ଷୀୟ ଅମିତାଭଙ୍କର ଦମ୍‌ଦାର  ଆକ୍ସନକୁ ଦେଖିବାକୁ ମିଳୁଛି ।  ସେ ଅଶ୍ୱତ୍ଥାମାଙ୍କର ଚରିତ୍ର ନିର୍ବାହ  କରିଛନ୍ତି । ଶ୍ରଦ୍ଧା କପୁରଙ୍କ ବ୍ୟତୀତ  ନିର୍ଦ୍ଦେଶକ ଅନୀଲ ଶର୍ମା, କେଜିଏଫ୍‌  ଷ୍ଟାର ୟଶ୍‌ ମଧ୍ୟ ଅମିତାଭଙ୍କୁ ପ୍ରଶଂସା  କରିଛନ୍ତି । 

ଫିଲ୍ମଟି ତେଲଗୁ, ତାମିଲ,  ମାଲାୟଲମ, କନ୍ନଡ, ହିନ୍ଦୀ ଓ ଇଂରାଜୀ ଭଳି  ୬ଟି ଭାଷାରେ ରିଲିଜ୍‌ ହୋଇଛି । ନାଗ ଅଶ୍ୱିନୀ ଏହାର  ନିର୍ଦ୍ଦେଶନାରେ ଅଛନ୍ତି । ପ୍ରଥମ ଦିନ ବିଶ୍ୱ ବକ୍ସ ଅଫିସ୍‌ରେ ଏହା ୧୯୧.୫  କୋଟି ଟଙ୍କା ରୋଜଗାର କରିଥିଲା । ଏଥିସହିତ ଏହା ଚଳିତବର୍ଷର   ସବୁଠୁ ବଡ଼ ଓପନର ଫିଲ୍ମ ହୋଇଛି । ସେହିପରି ତିନିଦିନ  ପରେ ବିଶ୍ୱ ବକ୍ସ ଅଫିସ୍‌ରେ ଏହାର ରୋଜଗାର ୪୧୫  କୋଟିରେ ପହଞ୍ଚିଛି ବୋଲି ନିର୍ମାତାମାନେ ରବିବାର  ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.