ଗରିବ ପୁଅ ଓ ଝିଅମାନଙ୍କର ଗଣ-ବିବାହ କରାଇଲେ ଅମ୍ଵାନୀ ଫ୍ୟାମିଲି, ଉପହାରରେ ଏହି ସବୁ ଜିନିଷ...

Published By : Prameya-News7 Bureau | July 03, 2024 IST

ମୁମ୍ଵାଇ ୦୩।୦୭; ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ  । ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାମ୍ୟାନ । ତାଙ୍କ ପତ୍ନୀ ନୀତା ଅମ୍ବାନୀ। ବର୍ତ୍ତମାନ ଦୁହିଁଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ବିବାହ ହେବାକୁ ଯାଉଛି । ବିବାହ ପୂର୍ବରୁ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ପ୍ରିୱେଡିଂ ସରିଛି। ଅନନ୍ତ ଏବଂ ରାଧିକାଙ୍କ ବିବାହ ପୂର୍ବରୁ ଗରିବ ପୁଅ ଓ ଝିଅମାନଙ୍କର ଗଣ-ବିବାହରୁ ଆରମ୍ଭ ହୋଇଛି। ଆଜି ଅପରାହ୍ନ ୪:୩୦ ସମୟରେ ପାଲଘରର ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ବଞ୍ଚିତ ଲୋକଙ୍କ ଏକ ବିଶାଳ ବିବାହ ଆୟୋଜନ କରାଯାଇଥିଲା। ଏଥିରେ, ବଞ୍ଚିତ ପରିବାରର ୫୦ରୁ ଅଧିକ ଯୋଡି ୧୦୦ କିଲୋମିଟର ଦୂରରେ ଥିବା ମୁମ୍ବାଇରୁ ପାଲଘରକୁ ଆସିଥିଲେ। କନ୍ୟା ଏବଂ ବର ପକ୍ଷର ପ୍ରାୟ ୮୦୦ ଲୋକ ଏହି ଗଣ ବିବାହରେ ଭାଗ ନେଇଥିଲେ।

ନିତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଏହି ଗଣ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଅମ୍ବାନୀ ପରିବାର ନବ ବିବାହିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେବଳ ଏତିକି ନୁହେଁ ଅମ୍ବାନୀ ପରିବାର ସମସ୍ତ ନବ ବିବାହିତାଙ୍କୁ ମଙ୍ଗଳସୁତ୍ର, ବିବାହ ମୁଦି ଏବଂ ନାକ ଫୁଲ ସମେତ ଅନେକ ସୁନା ଓ ରୂପା ଅଳଙ୍କାର ଉପହାର ଦେଇଥିଲେ। ଏହା ବ୍ୟତୀତ ପ୍ରତ୍ୟେକ କନ୍ୟାକୁ ୧ ଲକ୍ଷ ୧ହଜାର ଟଙ୍କା ଚେକ୍ ମଧ୍ୟ ଦିଆଯାଇଥିଲା।

ଏତିକି ହିଁ ନୁହେଁ ପ୍ରତ୍ୟେକ ଦମ୍ପତିଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ଏକ ବର୍ଷ ପାଇଁ ସମସ୍ତ ଖାଦ୍ୟ ସାମଗ୍ରୀ ଏବଂ ଘରୋଇ ସାମଗ୍ରୀ ସବୁ ଉପହାର ଦିଆଯାଇଥିଲା। ଯେଉଁଥିରେ ବାସନ, ଗ୍ୟାସ୍ ଚୁଲା, ମିକ୍ସର୍, ଗଦି, ତକିଆ ଇତ୍ୟାଦି ୩୬ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ରହିଛି।

ଅମ୍ବାନୀ ପରିବାରର ପ୍ରତ୍ୟେକ ବଡ ପାରିବାରିକ କାର୍ଯ୍ୟକ୍ରମ ମାନବ ସେବାରୁ ଆରମ୍ଭ ହୋଇଥାଏ। 

ଏହାପୂର୍ବରୁ, ପରିବାରରେ ବିବାହ ଉତ୍ସବରେ ଅମ୍ବାନୀ ପରିବାର ନିକଟସ୍ଥ ସମ୍ପ୍ରଦାୟ ଏବଂ ଏନଜିଓ ସହଯୋଗରେ ଲୋକଙ୍କ ପାଇଁ ଅନ୍ନ ସେବା ଚାଲିଥିଲା। ଏହି ଗଣବିବାହ ଉତ୍ସବରେ ଉପସ୍ଥିତ ଲୋକଙ୍କ ପାଇଁ ଏକ ବହୁତ ବଡ ଭୋଜି ମଧ୍ୟ ଆୟୋଜିତ ହୋଇଥିଲା। ସନ୍ଧ୍ୟାରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ୱାର୍ଲି ଜନଜାତି ଦ୍ୱାରା ପାରମ୍ପରିକ ତରପା ନୃତ୍ୟ ଉପସ୍ଥାପନ କରାଯାଇଥିଲା।

ଅନନ୍ତ ଏବଂ ରାଧିକାଙ୍କ ବିଷୟରେ କହିବାକୁ ଗଲେ, ଉଭୟ ଜୁଲାଇ ୧୨ରେ ସାତ ଫେରା ନେବାକୁ ଯାଉଛନ୍ତି । ଏହି ବିବାହ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବି.କେ.ସି) ର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ହେବ । ଏହି ବିବାହ ବିଷୟରେ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.