ପାକ୍ ଅଭିନେତାଙ୍କ ସହ ରୋମାନ୍ସ କରିବେ ବାଣୀ, ବ୍ରିଟେନ୍‌ରେ ହେବ ପୂରା ଫିଲ୍ମର ସୁଟିଂ

Published By : Prameya-News7 Bureau | July 04, 2024 IST

ମୁମ୍ଵାଇ ୦୪।୦୭: ପାକ୍‌ ଅଭିନେତା ଫୱାଦ ଖାନ୍‌ଙ୍କ ସହ ପରଦାରେ ରୋମାନ୍ସ କରିବେ  ବାନି କପୁର । ପାକ୍‌ କଳାକାରଙ୍କ ଉପରେ ଭାରତରେ କଟକଣା ଲାଗୁ   ହୋଇଥିବାବେଳେ ଏହା କେମିତି ସମ୍ଭବ ହେଲା ବୋଲି ଆପଣ ଭାବୁଥିବେ ।  ପ୍ରକୃତ କଥା ହେଉଛି ବାନି ଓ ଫୱାଦ ଏକ ଅନ୍ତର୍ଜାତୀୟ ଫିଲ୍ମରେ ଏକାଠି କାମ  କରିବେ । ଫିଲ୍ମଟି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ, କିନ୍ତୁ ଏହାର ସୁଟିଂ ସମ୍ପୂର୍ଣ୍ଣ  ରୂପେ ବ୍ରିଟେନରେ ହେବ । 

ଫିଲ୍ମର ନିର୍ଦ୍ଦେଶନା ଦେବେ ଆରତୀ ବାଗଡ଼ୀ ।  ଫୱାଦ କେବଳ ଦକ୍ଷିଣ ଏସିଆରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ବି  ଖୁବ୍‌ ଲୋକପ୍ରିୟ । ସେ ମାର୍ଭଲ ସିନେମାଟିକ୍‌ ୟୁନିର୍ଭସରେ  ମଧ୍ୟ ସାମିଲ ରହିଥିଲେ । ସଦ୍ୟ ପ୍ରୋଜେକ୍ଟର ନିର୍ମାତା  ବ୍ରିଟେନରେ ସୁଟିଂ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଫିଲ୍ମ  ବିଷୟରେ ଘୋଷଣା କରିବେ । ଫିଲ୍ମର ଟାଇଟଲ  ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହା ରୋମାଣ୍ଟିକ୍‌  ଫିଲ୍ମ ହେବ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମରେ ଉଭୟ  ଫୱାଦ ଓ ବାନି ବ୍ରେକ୍‌ଅପ୍‌ ଭଳି କିଛି ସମସ୍ୟା ଦେଇ  ଗତି କରିଥିବାବେଳେ ନିଃସର୍ତ୍ତ ପରସ୍ପରକୁ ସାହାଯ୍ୟ କରୁଥିବା ନଜର ଆସିବେ । ଏହା ପରେ ଦୁହେଁ କେମିତି  ପରସ୍ପରକୁ ଭଲପାଇ ବସିଛନ୍ତି ତାହା ଫିଲ୍ମରେ ବର୍ଣ୍ଣନା   କରାଯାଇଛି । 

ବର୍ତ୍ତମାନ ସୁଦ୍ଧା ଫିଲ୍ମର ମୁଖ୍ୟ ନାୟିକା ଭାବେ  ନିର୍ମାତାଙ୍କ ପ୍ରଥମ ପସନ୍ଦ  ରହିଛନ୍ତି ବାନି । ଜଣେ  ସୁନ୍ଦରୀ ଭାରତୀୟ ଝିଅକୁ  ପ୍ରେମ କରିବସିଥିବା  ଫୱାଦଙ୍କ ଚରିତ୍ର  ଲାଗି ବାନି   ପର୍‌ଫେକ୍ଟ ବୋଲି  ନିର୍ମାତା ଚିନ୍ତା  କରିଥିଲେ ।  ଆସନ୍ତା   ସେପ୍ଟେମ୍ବରରୁ  ଫିଲ୍ମ ସୁଟିଂ ଆରମ୍ଭ   ହେବ । ଦୁଇ  ମାସରେ  ସୁଟିଂ ଶେଷ   କରିବାକୁ  ଯୋଜନା  ରହିଛି । ଶେଷ   ଥର ଫିଲ୍ମ  ‘ଶମ୍‌ଶେରା’ରେ  ରଣବୀର କପୁରଙ୍କ   ଅପୋଜିଟ୍‌ରେ ନଜର  ଆସିଥିଲେ ବାନି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.