ଦମ୍‌ଦାର ଭୂମିକାରେ ନଜର ଆସିବେ ହୁମା, 'ବୟାନ' ମିଳିଲା ଗୁରୁତ୍ୱପୂର୍ଣ୍ଣ ରୋଲ୍‌

Published By : Prameya-News7 Bureau | July 06, 2024 IST

ନୂଆଦିଲ୍ଲୀ ୦୬/୦୭: ‘ଗ୍ୟାଙ୍ଗ୍‌ସ ଅଫ୍‌ ୱସେପୁର’ ଓ ‘ମୋନିକା, ଓ ମାଇଁ ଡାର୍ଲିଙ୍ଗ୍‌’ ଭଳି ଫିଲ୍ମ ଜରିଆରେ ଦର୍ଶକଙ୍କଠୁ ଭଲପାଇବା ପାଇଥିବା ହୁମା  କୁରେଶୀ ଏବେ ଏକ ନୂଆ ପୁଲିସ ଡ୍ରାମା ଫିଲ୍ମ ‘ବୟାନ୍‌’ରେ  ନଜର ଆସିବେ । ବିକାଶ ମିଶ୍ର ଫିଲ୍ମର କାହାଣୀ ଲେଖିବା ସହିତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି । 

ଫିଲ୍ମରେ ହୁମାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଚନ୍ଦ୍ରଚୂଡ଼ ସିଂହ ଓ ସଚିନ ଖେଡ଼େକର । ରାଜସ୍ଥାନର ପୃଷ୍ଠଭୂମିରେ ଫିଲ୍ମଟି ପର୍ଯ୍ୟବେସିତ । ରୁହି ନାମ୍ନୀ ଜଣେ ମହିଳା ଗୁପ୍ତଚରଙ୍କୁ ନେଇ ଏହାର କାହାଣୀ ଗତିଶୀଳ । ନିଜର ପ୍ରଥମ ମାମଲାର ଯାଞ୍ଚ୍‌ ଲାଗି ରୁହିକୁ ଏକ ଛୋଟ ସହରକୁ  ପଠାଯାଇଛି । 

କିନ୍ତୁ ସ୍ଥାନୀୟ ଶାସନରେ ପ୍ରତିପକ୍ଷଙ୍କ ପ୍ରଭାବ ଯୋଗୁ  ସେଠାରେ ସେ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇଛି । ତା’ର ବାପା  ଜଣେ ପ୍ରସିଦ୍ଧ ଲ ଏନ୍‌ଫୋର୍ସମେଣ୍ଟ୍‌ ଅଫିସର ହୋଇଥିବାବେଳେ ତାଙ୍କ ସମ୍ମାନକୁ ରକ୍ଷା କରୁଥିବା ରୁହିର ଯାତ୍ରା ଏଥିରେ ଦେଖିବାକୁ ମିଳିବ । ଫିଲ୍ମର ସବୁ ଦାୟିତ୍ୱ ହୁମାଙ୍କ କାନ୍ଧରେ ଥିବାବେଳେ ଏହାକୁ ନେଇ ଖୁବ୍‌  ଉତ୍ସାହିତ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.