ରିଟାୟରମେଣ୍ଟ ନେଇ ଏମିତି କହିଲେ କିଙ୍ଗଖାନ୍, କହିଲେ 'ମୁଁ ଧୋନୀଙ୍କ ଭଳି'

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ ୦୩/୧୦: IIFA ଆଓ୍ୱାର୍ଡସ ୨୦୨୪ । ଉତ୍ସବର ରାତିରେ ବଲିଉଡ୍ ତାରକାଙ୍କ ଲାଗିଥିଲା ଗହଳି । ଅନେକ ସେଲିବ୍ରିଟି ଆବୁ ଧାବିରେ ପହଞ୍ଚିଥିଲେ ଆଓ୍ୱାର୍ଡ ସୋରେ ସାମିଲ ହେବାକୁ । ଏହାସହ ସୋରେ ସାମିଲ ହୋଇ ଉତ୍ସବକୁ କରିଥିଲେ ରଙ୍ଗୀନ । ସମାରୋହରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଶାହରୁଖ ଖାନ୍ । ଶାହରୁଖ ଖାନ୍‌ଙ୍କ ବନ୍ଧୁ କରଣ ଜୋହରଙ୍କ  ଶୋର କରୁଥିଲେ ହୋଷ୍ଟିଂ । 

ଦୁଇ ଜଣ ଷ୍ଟେଜ୍‌ରେ ଖୁବ୍ ମସ୍ତି କରୁଥିଲେ । ଏହି ସମୟରେ ଶାହରୁଖ ଆକ୍ଟିଂ ଷ୍ଟାଇଲ୍‌ରେ ନିଜର ଅବସର କଥା କହିଥିଲେ । ତେବେ ତାଙ୍କ କହିବାର ଶୈଳୀ ବି ବେଶ୍ ଡିଫରେଣ୍ଟ । କଥାବାର୍ତ୍ତା ବେଳେ ଶାହରୁଖ ସଚିନ ତେନ୍ଦୁଲକର, ସୁନୀଲ ଛେତ୍ରୀଙ୍କ ଭଳି ଲିଜେଣ୍ଡସ୍‌ଙ୍କ ନା ନେଇଥିଲେ । ସେମାନଙ୍କ ବିଷୟରେ କିଛି କହିଥିଲେ । 

ଯେବେ କରଣ ପଚାରିଥିଲେ ଶାହରୁଖ ମସ୍ତି ମଜାକରେ ପଚାରିଥିଲେ କି କେବେ ରିଟାୟରମେଣ୍ଟ । କାରମ ସେ ବି ଥିଲେ ଜଣେ ଲିଜେଣ୍ଡସ୍ । ଏହାର ଜବାବ ବି ମଜାଦାର ଢଙ୍ଗରେ ଦେଇଥିଲେ କିଙ୍ଗ ଖାନ୍ । କହିଥିଲେ ଏହି ମାମଲାରେ ମୁଁ ଧୋନୀଙ୍କ ସହ ସମାନ । କାରଣ ନା ନା କହି ଧୋନୀ ୧୦ ଟି ଆଇପିେଲ୍ ଖେଳିସାରିଲିଣି । ମୁଁ ବି ସେମିତି ନାଇ ନାି କହି ଫିଲ୍ମ କରିଚାଲିଛି । 

ଏହି ସମୟରେ ଶୋର କୋ ହୋଷ୍ଟ ବିକ୍କି କୌଶଲ ଏହି କଥାକୁ ସମର୍ଥନ ଜଣାଇ ଗୋଟିଏ ବାକ୍ୟରେ ସାରିଥିଲେ କଥା । କହିଥିଲେ କି ସବୁ ଲିଜେଣ୍ଡସ୍ ଅବସର ନିଅନ୍ତି । କିଙ୍ଗ କିନ୍ତୁ ଅମର । ଶାହାରୁଖଙ୍କ ଲାଷ୍ଟ ଫିଲ୍ମ ତିଲା ଡଙ୍କି । ହେଲେ ବକ୍ସ ଅଫିସର୍ ପଠାନ, ଯବାନ ଭଳି ଏତେଟା ଭଲ କଲେକ୍ସନ କରିନଥିଲା । କିନ୍ତୁ ଫ୍ୟାନ୍ସଙ୍କୁ ଏହା ପସନ୍ଦ ଆସିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.