ନୂଆଦିଲ୍ଲୀ: ଧୀରୁଭାଇ ଅମ୍ବାନୀ ସ୍କୁଲରେ ଅଧ୍ୟୟନ କରୁଛନ୍ତି ଅନେକ ବଲିଉଡ ସେଲିବ୍ରେଟି ପିଲାମାନେ। ଗୁରୁବାର ସ୍କୁଲରେ ବାର୍ଷିକ ଦିବସ ଅବସରରେ ଗ୍ରାଣ୍ଡ୍ ସେଲିବ୍ରେସନ କରାଯାଇଥିଲା। ଅନେକ ସେଲିବ୍ରେଟି ମଧ୍ୟ ସେମାନଙ୍କ ପିଲାମାନଙ୍କ ସହ ସ୍କୁଲର ଏହି ଉତ୍ସବରେ ଯୋଗ ଦେଇଥିଲେ। ତେବେ ସବୁଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲେ ବଚ୍ଚନ ପରିବାର। ଆରାଧ୍ୟା ଏହି ସ୍କୁଲ ଅଧ୍ୟୟନ କରୁଥିବାରୁ ତାଙ୍କୁ ସାଥ୍ ଦେବାକୁ ଆସିଥିଲେ ଅଭିଶେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଏପରିକି ଶାହାରୁଖ ଖାନଙ୍କ ପୁଅଙ୍କ ସହ ଅଭିଶେକ ଓ ଐଶ୍ୱର୍ଯ୍ୟା ନାଚୁଥିବାର ନଜର ଆସିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଭିଭାବକ ଏବଂ ଛାତ୍ରମାନେ ଖୋଲା ମଞ୍ଚରେ ନାଚୁଥିବା ଦେଖାଯାଇଥିଲା। ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ମଧ୍ୟ ଛାତ୍ରମାନଙ୍କ ସାମିଲ ହୋଇ ଶାହାରୁଖ ଖାନଙ୍କ ଫିଲ୍ମ 'ଓମ୍ ଶାନ୍ତି ଓମ୍'ର ସୁପରହିଟ୍ ଗୀତ' ଦେୱାଙ୍ଗୀ ଦେୱାଙ୍ଗୀ' ଗୀତରେ ନାଚୁଥିବାର ନଜର ଆସିଥିଲେ।
ଏହାସହ ଅଭିଶେକ ଓ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କକୁ ନେଇ ଚାଲିଥିବା ଗୁଜବ ଉପରେ ବ୍ରେକ୍ ଲାଗିଛି। ଦୀର୍ଘ ଦିନ ପରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏକତ୍ର ହାତ ଧରିଥିବାର ନଜର ଆସିଥିଲେ। ଅମିତାଭ ବଚ୍ଚନ ମଧ୍ୟ ନାତୁଣୀକୁ ଖୁସି କରିବା ପାଇଁ ଐଶ୍-ଅଭିଷେକଙ୍କ ସହ ଯୋଗ ଦେଇଥିଲେ।
ସ୍କୁଲରେ ବାର୍ଷିକ ଦିବସରେ ଯୋଗଦେବା ଅବସରରେ ବିଗ୍-ବି ଲେଖିଛନ୍ତି, "ପିଲାମାନେ, ସେମାନେ ନିରୀହ ଓ ନିଷ୍କପଟ, ପିତାମାତାଙ୍କ ଉପସ୍ଥିତିରେ ସେମାନଙ୍କର ଶ୍ରେଷ୍ଠ ହେବାକୁ ଇଚ୍ଛା .. ଏପରି ଆନନ୍ଦଦାୟକ .. ଯେତେବେଳେ ସେମାନେ ଆପଣଙ୍କ ପାଇଁ ଅଭିନୟ କରୁଥିବା ହଜାରେ ଲୋକଙ୍କ ସହ ଅଛନ୍ତି। ଏହା ସବୁଠାରୁ ରୋମାଞ୍ଚକର ଅନୁଭୂତି ଅଟେ।''
ଆରାଧ୍ୟା ବଚ୍ଚନ ନାଟକ ପରିବେଷଣ ସମୟରେ ମାଆ ଐଶ୍ୱର୍ଯ୍ୟା, ବାପା ଅଭିଷେକ, ଅମିତାଭ ବଚ୍ଚନ ତାଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ, ଐଶ୍-ଅଭିଷେକଙ୍କୁ ଏକାଠି ଦେଖିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ। ଛାଡପତ୍ରର ଗୁଜବ ଏବଂ ମତଭେଦ ଖବର ମଧ୍ୟରେ ଅଭିଷେକ ଏବଂ ଆୟଶଙ୍କୁ ଏକାଠି ଦେଖିବା ପରେ ଏବେ ଟ୍ରୋଲ କରିବା ବନ୍ଦ ହୋଇଯାଇଛି।