ଆଉ ନାହାନ୍ତି ମାଲାୟାଲମ୍ ଅଭିନେତ୍ରି ମୀନା ଗଣେଶ, ୧୦୦ରୁ ଅଧିକ ଫିଲ୍ମରେ କରିଥିଲେ ଅଭିନୟ

Published By : Prameya-News7 Bureau | December 19, 2024 IST

ମୁମ୍ଵାଇ ୧୯।୧୨; ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ମାଲାୟାଲମ୍ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଦମ୍‌ଦାର ଭୂମିକା ପାଇଁ ଜଣାଶୁଣା ମୀନା ଗଣେଶ। ଏହି ପ୍ରସିଦ୍ଧ ଭେଟେରାନ୍ ଅଭିନେତ୍ରୀଙ୍କର ଦେହାନ୍ତ ହୋଇଛି। ସେ ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଅଭିନେତ୍ରୀ ଦୀର୍ଘ ଦିନ ଧରି ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଯେଉଁଥିପାଇଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ଚିକିତ୍ସିତ ହେଉଥିଲେ। ସେ ଏହି ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ସେ ୪୮ ବର୍ଷ ପୂର୍ବେ ୧୯୭୬ ରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଯାହା ପରେ ସେ ଅଭିନୟ ଜଗତରେ କ୍ରମାଗତ ଭାବରେ ସକ୍ରିୟ ଥିଲେ। ଖବର ଅନୁଯାୟୀ, ସେ କେରଳରେ ଚିକିତ୍ସିତ ହେଉଥିଲେ। ଯେଉଁଠାରେ ହଠାତ୍ ତାଙ୍କ ରକ୍ତଚାପ ବଢିଯାଇଥିଲା। କୁହାଯାଉଛି ଯେ ସେ ପାଞ୍ଚ ଦିନ ପୂର୍ବରୁ ଷ୍ଟ୍ରୋକ୍‌ରେ ପୀଡିତ ହୋଇଥିଲେ। ତେବେ ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଗୁରୁବାର ସନ୍ଧ୍ୟାରେ ଶୋରାନୁରରେ ତାଙ୍କର ଶେଷ ରୀତିନୀତି କରାଯିବ ବୋଲି ମଧ୍ୟ କୁହାଯାଉଛି। 

ମୀନାଙ୍କ ଦେହାନ୍ତ ସିନେମା ଜଗତ ପାଇଁ ଏକ ବଡ କ୍ଷତି । ମୀନା ଗଣେଶ ପ୍ରସିଦ୍ଧ ଥିଏଟର ତଥା ଚଳଚ୍ଚିତ୍ର କଳାକାର । ସେ ଗଣେଶଙ୍କୁ ବିବାହ କରିଥିଲେ। ସେ ମାତ୍ର ୧୯ ବର୍ଷ ବୟସରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ତାଙ୍କର ଯାତ୍ରା ଥିଏଟରରୁ ଆରମ୍ଭ ହୋଇଥିଲା । ଥିଏଟରରେ ଅଭିଜ୍ଞତା ହାସଲ କରିବା ପରେ ସେ ୧୯୭୭ରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ତାଙ୍କ କ୍ୟାରିୟରରେ ମୀନା ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ ଦକ୍ଷ ଅଭିନୟ ପ୍ରଦର୍ଶନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.