ରଶ୍ମିକା ମନ୍ଦନାଙ୍କ ପାଇଁ ସୁରକ୍ଷା ଦାବି କଲେ କୋଡବା ସମ୍ପ୍ରଦାୟ, ଅମିତ ଶାହଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | March 11, 2025 IST

ମୁମ୍ଵାଇ ୧୧।୦୩; ଅଭିନେତ୍ରୀ ରଶ୍ମିକା ମନ୍ଦାନା । ସେ ତାଙ୍କ ପର୍ସନାଲ ଓ ପ୍ରୋଫେସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହେଲେ ଏବେ ସେ ନୂଆ ବିବାଦରେ ଘେରି ରହିଛନ୍ତି । ସାଉଥ୍ ଅଭିନେତ୍ରୀ ଜଣକ ‘କର୍ଣ୍ଣାଟକର ନା ହାଇଦ୍ରାବାଦର?’, ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ସ୍ଥିତି ଏମିତି ହୋଇଛି ଯେ, କର୍ଣ୍ଣାଟକ ରାଜନୀତି ଏହି ପ୍ରସଙ୍ଗରେ ସରଗରମ ହୋଇଛି ।

ରଶ୍ମିକା ନିଜକୁ 'କର୍ଣ୍ଣାଟକ ପରିବର୍ତ୍ତେ ହାଇଦ୍ରାବାଦର' ବୋଲି କହିବା ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଛି। କର୍ଣ୍ଣାଟକ ଶାସକ ଦଳର ବିଧାୟକ ରବି କୁମାର ଗୌଡା ଏବଂ କନ୍ନଡ କର୍ମୀ ଟି.ଏ. ନାରାୟଣ ଗୌଡା ଏହି ପ୍ରସଙ୍ଗରେ ରଶ୍ମିକାଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଏହି ପ୍ରସଙ୍ଗ ବିବାଦ ଘେରକୁ ଆସିବା ପରେ, ବିଧାୟକ ଜଣକ ନିଜ ବୟାନରେ ପରିବର୍ତ୍ତନ ଆଣିଛନ୍ତି । କଂଗ୍ରେସ ବିଧାୟକ କହିଛନ୍ତି ଯେ, ମୋ କହିବାର ଅର୍ଥ ଥିଲା, ମୁଁ ତାଙ୍କୁ ଜୀବନରେ ଗୋଟିଏ ଶିକ୍ଷା ଦେବାକୁ ଚାହୁଁଥିଲି। ଯଦି ତୁମେ ଚଢ଼ୁଥିବା ସିଡ଼ିକୁ ଗୋଇଠା ମାରିବ, ତେବେ ତୁମେ ହିଁ ତଳେ ପଡ଼ିଯିବ। ରଶ୍ମିକାଙ୍କୁ କର୍ଣ୍ଣାଟକର ଉକ୍ତ କାର୍ଯ୍ୟକ୍ରମକୁ ଆସିବାର ଥିଲା ବୋଲି କହିବା ସହିତ କଂଗ୍ରେସ ବିଧାୟକ ତାଙ୍କ ବକ୍ତବ୍ୟର ଭୁଲ ବାଖ୍ୟା କରାଯାଇଥିବା କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକଙ୍କୁ କାଉଣ୍ଟର ଆଟାକ୍ କରିଛନ୍ତି ବିଜେପି ବିଧାୟକ । ବିଜେପି, ଅଭିନେତ୍ରୀ ରଶ୍ମିକାଙ୍କ ପାଇଁ ସୁରକ୍ଷା ଦାବି କରିଛି। ବିଜେପି ବିଧାୟକ ସିଟି ରବି କହିଛନ୍ତି, "ରଶ୍ମିକା ଜଣେ ମହାନ ଅଭିନେତ୍ରୀ, ସେ କର୍ଣ୍ଣାଟକର ଅଭିନେତ୍ରୀ। ସମସ୍ତଙ୍କୁ ସୁରକ୍ଷା ଯୋଗାଇବା ସରକାରଙ୍କ ଦାୟିତ୍ୱ। ଅନ୍ୟପଟେ କୋଡାଭା ନ୍ୟାସନାଲ କାଉନସିଲ (ସିଏନସି) ମଧ୍ୟ ଅଭିନେତ୍ରୀଙ୍କୁ ସମର୍ଥନ କରିଛି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କର୍ଣ୍ଣାଟକ ଗୃହମନ୍ତ୍ରୀଙ୍କୁ ଏନେଇ ଏକ ଚିଠି ଲେଖିଛି । ଏହି ଚିଠିରେ କୁହାଯାଇଛି ଯେ, ରଶ୍ମିକାଙ୍କୁ ଜଣେ ବିଧାୟକଙ୍କ ଦ୍ୱାରା ଧମକ ଦିଆଯାଉଛି ଏବଂ ଭୟଭୀତ କରାଯାଉଛି । ତେଣୁ ଅଭିନେତ୍ରୀ ଜଣଙ୍କୁ ସୁରକ୍ଷା ଯୋଗେଇ ଦିଆଯାଉ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.