ଛାଡପତ୍ର ପରେ ଦ୍ଵିତୀୟ ବିବାହ କଲେ ଜୟମ ରବି ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

Published By : Prameya-News7 Bureau | October 04, 2024 IST

ମୁମ୍ଵାଇ ୦୪।୧୦; ଦକ୍ଷିଣ ତାରକା ଜୟମ ରବି। କିଛି ସପ୍ତାହ ପୂର୍ବରୁ ପତ୍ନୀ ଆରତୀଙ୍କ ସହ ତାଙ୍କର ୧୫ ବର୍ଷର ବିବାହରୁ ଅଲଗା ହୋଇଛନ୍ତି। ସୋସିଆଲ ମିଡିଆରେ ଅଭିନେତା ଆରତୀଙ୍କ ଠାରୁ ଅଲଗା ହେବା ଘୋଷଣା କରିଥିଲେ। ଏହା ପରେ ଆରତୀଙ୍କ ପୋଷ୍ଟ ଅଭିନେତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବର୍ତ୍ତମାନ ଜୟମ ରବିଙ୍କର ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା  ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଜୟମ ରବି ଦ୍ୱିତୀୟ ବିବାହ କରିଛନ୍ତି କି?

ସୋସିଆଲ ମିଡିଆରେ ଜୟମ ରବିଙ୍କ ଏକ ଫଟୋ ଭାଇରାଲ ହେଉଛି। ଅଭିନେତାଙ୍କ ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ଚର୍ଚ୍ଚାକୁ ଆସିଛି। ଏହା ଏକ ବିବାହ ଫଟୋ, ଯେଉଁଥିରେ ଜୟମ ରବିଙ୍କୁ ବର ରୂପେ ଦେଖିବାକୁ ମିଳିଛି।  ତାଙ୍କ ବେକରେ ଏକ ଫୁଲମାଳ ଅଛି ଏବଂ ଗୋଟିଏ ଝିଅ କନ୍ୟା ବେଶରେ ଶାଢୀ ପିନ୍ଧି ପାଖରେ ଛିଡା ହୋଇଛି । ଜୟମ ରବିଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ଆଲୋଚନା ଆରମ୍ଭ ହୋଇଛି ଯେ ସାଉଥ ଷ୍ଟାର ଦ୍ୱିତୀୟ ଥର ବିବାହ କରିଛନ୍ତି। 

ଭାଇରାଲ୍ ଫଟୋର ସତ୍ୟତା କ’ଣ?

କିନ୍ତୁ, ଏହା ସତ୍ୟ ନୁହେଁ । ଏହି ଭାଇରାଲ୍ ଫଟୋ ପଛର ସତ ହେଉଛି ଜୟମ ରବିଙ୍କ ଫିଲ୍ମର ସୁଟିଂ ସମୟର।  ଅଭିନେତା ଦ୍ଵିତୀୟ ଥର ବିବାହ କରିନାହାଁନ୍ତି । ବରଂ ଏହା ହେଉଛି ସେମାନଙ୍କର ରିଲ୍ ଲାଇଫ୍ ବିବାହ ଫଟୋ। ଅଭିନେତାଙ୍କର ଏହି ଫଟୋ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବ୍ରଦର'ର ସୁଟିଂରୁ ଆସିଛି।  ଯାହା ଅକ୍ଟୋବର ୩୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଅନ୍ୟପକ୍ଷରେ ଛାଡପତ୍ର ହେବାର ଖବର ମଧ୍ୟରେ ଜୟମ ରବିଙ୍କ ନାମ ଗାୟକ କନିଶା ଫ୍ରାନ୍ସିସଙ୍କ ସହ ଜଡିତ ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.