ରାଜଭବନକୁ ଭିତରକୁ ଟଣା ନଯାଉ ରାଜନୀତି, ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲା ବିଜେପି

Published By : Prameya-News7 Bureau | October 04, 2024 IST

News7

ଭୁବନେଶ୍ୱର: ରାଜନୀତି ପାଇଁ ଯଥେଷ୍ଟ ମୈଦାନ ଅଛି। ରାଜଭବନକୁ ତା' ଭିତରକୁ ଟଣା ନଯାଉ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ରାଜ ଭବନରେ ଝାଡଖଣ୍ଡ ରାଜନୀତି ପାଇଁ ପ୍ରସ୍ତୁତି ଚାଲିଛି, ଏହା ବିଜେପି ଅଫିସ ପାଲଟିଯାଇଛି ବୋଲି ନିକଟରେ ଅଭିଯୋଗ କରିଥିଲା ବିଜେଡି। 

ଶୁକ୍ରବାର କଟକ ଗସ୍ତରେ ଥିବା ବେଳେ ଏହାର ଜବାବ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି କି, ରାଜନୀତି ପାଇଁ ଖୋଲା ହୃଦୟ ଦରକାର। ସଂକୀର୍ଣ୍ଣତାର ଊର୍ଦ୍ଧ୍ୱକୁ ଯାଇ ରାଜନୀତି ହେଉ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.