ଗାନ୍ଧୀ ଜୟନ୍ତୀରେ କଙ୍ଗନାଙ୍କ ବିବାଦୀୟ ପୋଷ୍ଟକୁ ନେଇ ହଙ୍ଗାମା, ଅଭିନେତ୍ରୀଙ୍କୁ କଂଗ୍ରେସର ସମାଲୋଚନା

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ ୦୩।୧୦: ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶ ମଣ୍ଡିର ସାଂସଦ କଙ୍ଗନା ରଣାଓ୍ୱତ। ଏଥର ମଧ୍ୟ ସେ ସମାନ କାର୍ଯ୍ୟ କରିଛନ୍ତି। ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ଅବସରରେ କଙ୍ଗନା ଏକ ପୋଷ୍ଟ କରିଥିଲେ। ଯାହା ଏକ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଥିଲା ।କଙ୍ଗନାଙ୍କ ଏହି ପୋଷ୍ଟ ପରେ କଂଗ୍ରେସ କ୍ରମାଗତ ଭାବେ ବିଜେପି ଉପରେ ଟାର୍ଗେଟ୍ କରୁଛି।

ନିକଟରେ କଙ୍ଗନା ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ଏକ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଯେଉଁଥିରେ ଗାନ୍ଧିଜୀଙ୍କୁ ଜାତିର ପିତା ଭାବରେ ଅଣଦେଖା କରିଛନ୍ତି। ଲେଖିଛନ୍ତି ସେ ଦେଶର ପିତା ନାହାନ୍ତି, ଦେଶର ଲାଲ । ଧନ୍ୟ ମନେ କରନ୍ତୁ ସେ ଭାରତ ମାତାଙ୍କ ଲାଲ । ଦେଶରେ ଗାନ୍ଧିଜୀଙ୍କ ସ୍ୱଚ୍ଛତା ପରମ୍ପରାକୁ ଜାରି ରଖିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି।

କଙ୍ଗନାଙ୍କ ଉପରେ କଂଗ୍ରେସର ଟାର୍ଗେଟ୍‌

ତେବେ ଶାସ୍ତ୍ରୀ ଏବଂ ଗାନ୍ଧୀଙ୍କୁ ନେଇ ଏହି ପୋଷ୍ଟ ବିଜେପି ସାଂସଦଙ୍କ ପାଇଁ ଆଉ ଏକ ବିବାଦ ସୃଷ୍ଟି କରିଛି। ତାଙ୍କର ଏହି ବିବାଦୀୟ ପୋଷ୍ଟକୁ ନେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ। ଗାନ୍ଧୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ପାଇଁ ସେ କଙ୍ଗନାଙ୍କୁ ସମାଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.