ଭୂମିଙ୍କ ପାଇଁ ଚ୍ୟାଲେଞ୍ଜିଂ ଫିଲ୍ମ ‘ଦଲ୍‌ଦଲ’, କହିଲେ-ବହୁତ କଷ୍ଟକର ଥିଲା

Published By : Prameya-News7 Bureau | October 02, 2024 IST

ୱେବ୍‌ ସିରିଜ୍‌ ‘ଦଲ୍‌ଦଲ’ର ସୁଟିଂ ଶେଷ କରିଛନ୍ତି ଭୂମି ପେଡ୍‌ନେକର । ନିଜ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌ରେ ଏ ନେଇ ସେ ଏକ ପୋଷ୍ଟ୍‌ ଶେୟାର କରିଛନ୍ତି । କ୍ରାଇମ୍‌-ଡ୍ରାମା-ଥ୍ରିଲର୍‌ ‘ଦଲ୍‌ଦଲ୍‌’ରେ ନିଜର ଭୂମିକାକୁ ଏପର୍ଯ୍ୟନ୍ତର ସବୁଠୁ ଚ୍ୟାଲେଞ୍ଜିଂ ବୋଲି ସେ କହିଛନ୍ତି । ଅଦ୍ୟାବଧି ଯେତେ ଚରିତ୍ର ସେ ପରଦାରେ ନିର୍ବାହ କରିଥିଲେ, ଏହି ସିରିଜ୍‌ରେ ନିଜ ଚରିତ୍ରକୁ ସେ ସବୁଠୁ ଜଟିଳ ବୋଲି କହିଛନ୍ତି । ସୁଟିଂ ସମୟରେ ସିରିଜ୍‌ର ପୂରା ଟିମ୍‌ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ। 

ମୁମ୍ବାଇରେ ଲଗାତାର ଜାରି ରହିଥିବା ବର୍ଷା ଭଳି ଜଟିଳ ସ୍ଥିତିରେ ସୁଟିଂ କରିବା ଅତ୍ୟନ୍ତ କଷ୍ଟକର ଥିଲା । କିନ୍ତୁ ଟିମ୍‌ ଏକଜୁଟ ହୋଇ ଏହାର ସାମ୍ନା କରିଥିଲା । ଗତ ମାର୍ଚ୍ଚରେ ଭୂମି ଏହି ପ୍ରୋଜେକ୍ଟର ଏକ ଝଲକ୍‌ ଶେୟାର କରିଥିଲେ । ସିରିଜ୍‌ରେ ନିଜ ଚରିତ୍ର ଡିସିପି ରିତା ଫେରିରାର ସେ ପରିଚୟ ଦେଇଥିଲେ । ଏକାଧିକ ହତ୍ୟାର ଯାଞ୍ଚ୍‌ କରିବାକୁ ଯାଇ ଜଣେ ସିରିଏଲ କିଲର୍‌ ସହ ତାଙ୍କର ସାମ୍ନାସାମ୍ନି ହୋଇଥିବା ସେ ଉଲ୍ଲେଖ କରିଥିଲେ । ନିକଟରେ ମୁକ୍ତିପ୍ରାପ୍ତ ‘ଭକ୍ଷକ’, ‘ଦ ଲେଡି କିଲର୍‌’, ‘ଭିଡ୍‌’, ‘ଗୋବିନ୍ଦା ନାମ୍‌ ମେରା’, ‘ବଧାଈ ଦୋ’, ‘ରକ୍ଷା ବନ୍ଧନ’ ଓ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’ ଭଳି ଫିଲ୍ମ ପାଇଁ ଭୂମି ଢେର୍‌ ପ୍ରଶଂସା ସାଉଁଟିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.